nua o banner

ସକାଳ @୯ ମୁଖ୍ୟ ଖବର

BJD Bijuli 480×75 Mob

(୧) କହାର ହେବ ଧାମନଗର ?.. ଉପନିର୍ବାଚନରେ କିଏ ଜିତିବେ ଧାମନଗର ବାଜି ?… ସରା ଓଡ଼ିଶା ରଖିଛି ନଜର… ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍‌ ଗଣତି… ୧୪ଟି ଟେବୁଲରେ ୧୮ଟି ରାଉଣ୍ଡରେ ଗଣାଯିବ ଭୋଟ୍‌… ଇଭିଏମରେ ସିଲ୍‌ ହୋଇଛି ନେତାଙ୍କ ଭାଗ୍ୟ…

(୨) ୬ରାଜ୍ୟର ୭ ବିଧାନସଭା ଆସନ ପାଇଁ ଆଜି ଭୋଟ୍‌ ଗଣତି… ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ… ଆସିବ ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାର ଉପନିର୍ବାଚନ ଫଳ… ୭ ଆସନ ପାଇଁ ମୈଦାନରେ ଥିଲେ ୪୭ ପ୍ରାର୍ଥୀ… ଭୋଟର କରିଛନ୍ତି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ…

(୩) ରେଳ ଧାରଣାରୁ ଯୁବତୀଙ୍କ ମୃତଦେହ ଠାବ… ବଲାଙ୍ଗୀର ଷ୍ଟେସନ ନିକଟ ଖୁଜେନପାଲି ଫାଟକ ନିକଟରୁ ମୁଣ୍ଡ କଟା ଅବସ୍ଥାରେ ଠାବ ହେଲା ଯୁବତୀଙ୍କ ମୃତଦେହ… ଯୁବତୀଙ୍କ ପରିଚୟ ଅସ୍ପଷ୍ଟ… ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ.. ମୃତଦେହ ନିକଟରେ ରହିଛି ଏକ କାର୍

(୪) ଭାରତର ବିକାଶ ଯାତ୍ରାକୁ ପୁଣି ରୁଷ ରାଷ୍ଟ୍ରପତିଙ୍କ ପ୍ରଶଂସା… ଜାତୀୟ ଏକତା ଦିବସରେ ଭାରତକୁ ପ୍ରଶଂସା କଲେ ଭ୍ଲାଦିମିର୍‌‌ ପୁଟିନ୍‌‌… କହିଲେ ଭାରତର ନାଗରିକ ପ୍ରତିଭାବାନ ଓ ଅତ୍ୟନ୍ତ ସକ୍ଷମ… ରାଷ୍ଟ୍ରକୁ ବିକାଶ ରାସ୍ତାରେ ନେଉଛନ୍ତି ଭାରତୀୟ… ପୂର୍ବରୁ ମୋଦୀଙ୍କ ସ୍ୱାଧୀନ ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ ପୁଟିନ୍‌…

(୫) ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷାକୁ ନିନ୍ଦାକଲା ଭାରତ… ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧିଙ୍କ କଡ଼ା ନିନ୍ଦା… କ୍ଷେପଣାସ୍ତ୍ର ପରୀକ୍ଷା ଦ୍ବାରା ଶାନ୍ତି ଓ ସ୍ଥିତାବସ୍ଥା ହେଉଛି ଗୁରୁତର ପ୍ରଭାବିତ… ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପରୁ ବିରତ ରହିବା ଉଚିତ୍‌ ବୋଲି କହିଲେ ରୁଚିକା ଖାମ୍ବୋଜ…

(୬) ଟି ଟ୍ବେଣ୍ଟି ବିଶ୍ୱକପ୍‌… ନେଦରଲାଣ୍ଡସ ଠାରୁ ହାରିଲା ଦକ୍ଷିଣ ଆଫ୍ରିକା… ୧୩ ରନରେ ହେଲା ପରାସ୍ତ… ୧୫୮ ଟାର୍ଗେଟକୁ ପିଛାକରି ୧୪୫ ରନ୍‌ କଲା ଦକ୍ଷିଣ ଆଫ୍ରିକା… ଦକ୍ଷିଣ ଆଫ୍ରିକାର ହାର୍‌ ପରେ ସେମି ଫାଇନାଲକୁ ଗଲା ଭାରତ…

(୭) ରାଜଧାନୀ ନୂଆଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ… ଦିଲ୍ଲୀ ସ୍ଥିତିକୁ ନେଇ କେଜରିୱାଲଙ୍କୁ ହିଟଲରଙ୍କ ସହ ତୁଳନା କଲା ବିଜେପି… ପ୍ରଦୂଷଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କହିଲେ ବିଜେପି ନେତା ତେଜିନ୍ଦର ପାଲ୍‌ ସିଂହ… କେଜରିୱାଲଙ୍କୁ ହିଟଲରଙ୍କ ସହ ତୁଳନା କରି ଦିଲ୍ଲୀ ବିଜେପି ମୁଖ୍ୟାଳୟ ସମ୍ମୁଖରେ ମରାଗଲା ପୋଷ୍ଟର…

 

Comments are closed.