ରାତି ୯ଟା ମୁଖ୍ୟ ଖବର
ଦେଶ/ବିଦେଶ ଖବର
–କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ବିତୀୟ ପାନ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅବଧି ବଢ଼ିଲା
–ଭାରତରେ ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ୨୧୬ କୋଟି ଟିକା
–ଆସନ୍ତା ସପ୍ତାହରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ ଭି’ ଟିକା
–ୟୁପିଏସସି ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷା ସ୍ଥଗିତ
–କରୋନା ରୋଗୀ ସୁସ୍ଥ ହେବାର ୬ ମାସ ପରେ ଓ କୋଭିଶିଲ୍ଡର ୨ୟ ପାନ ୪ ମାସ ପରେ ନେବାକୁ ସରକାରୀ କମିଟିର ସୁପାରିସ
– କଲର୍ ଟ୍ୟୁନ୍ରେ ବାଜୁଥିବା ଟିକା ନେବା ବାର୍ତ୍ତା ବିରକ୍ତିକର: କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ
– ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ ଦଳରେ ବିଦ୍ରୋହ, ସିଦ୍ଧୁଙ୍କୁ କଂଗ୍ରେସରୁ ବହିଷ୍କାର ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନିକଟରେ ୭ ମନ୍ତ୍ରୀଙ୍କ ଫେରାଦ।
– ଭାରତରେ ମିଳିଥିବା କରୋନାର ନୂଆ ଭାରିଆଣ୍ଟ ୪୪ ଦେଶରେ ଠାବ, ଡବ୍ଲ୍ୟୁଏଚଓ କହିଲା- ବିଶ୍ଵ ପାଇଁ ହୋଇପାରେ ଚିନ୍ତାର କାରଣ
– ମହାରାଷ୍ଟ୍ରରେ ଜୁନ ପହିଲା ଯାଏଁ ତାଲାବନ୍ଦ ଅବଧି ବୃଦ୍ଧି, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ନ ପାଇବାରୁ ନିଷ୍ପତ୍ତି ନେଲେ ସରକାର
– କରୋନାରେ ଆକ୍ରାନ୍ତ ଯୁବପିଢ଼ିଙ୍କ ପାଇଁ ନୂଆ ବିପଦ ସୃଷ୍ଟି କରିଛି ‘ହାପି ହାଇପୋକ୍ସିଆ’। ଏହାଦ୍ବାରା ରୋଗୀ ଶରୀରରେ ହଠାତ୍ ଅମ୍ଳଜାନ ସ୍ତର ହ୍ରାସ ପାଉଛି ଏବଂ ଗୁରୁତର ହୋଇ ମୃତ୍ୟୁମୁଖରେ ପଡ଼ୁଛି।
– ଇସ୍ରାଏଲ ପ୍ରତି ଦୃଢ ସମର୍ଥନ ଜଣାଇଲା ଆମେରିକା । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ନିଜକୁ ସୁରକ୍ଷା ଦେବା ଅଧିକାର ଇସ୍ରାଏଲର ରହିଛି ଆମେରିକା କହିଛି।
– ଦେଶରେ ଦିନକରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୭,୦୩,୬୬୫କୁ ବୃଦ୍ଧି
– ୨୪ ଘଂଟାରେ ଦେଶରେ ୪,୧୨୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨,୫୮,୩୧୭
– ପାଣିରୁ ମଣିଷ ଶରୀରକୁ କରୋନା ଭୂତାଣୁ ବ୍ୟାପେ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ, ତେବେ ସେହି ପ୍ରଦୂଷିତ ପାଣି ପିଇଲେ କିମ୍ବା ସେଥିରେ ଗାଧୋଇଲେ ପେଟ ଏବଂ ଚର୍ମ ରୋଗ ସମ୍ଭାବନା ରହିଛି
– ଚତୁଃରାଷ୍ଟ୍ରୀୟ ‘କ୍ୱାଡ’ ଗୋଷ୍ଠୀ ନିର୍ଦ୍ଦିଷ୍ଟ ଭାବରେ ବେଜିଂ ବିରୁଦ୍ଧରେ ଉଦ୍ଦିଷ୍ଟ ବୋଲି କହିଛି ଚୀନ
– ପୁନଃନିର୍ମାଣାଧୀନ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ସ୍ଥଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗିଲା ‘ଫଟୋ ଉତ୍ତୋଳନ ମନା, ଭିଡିଓ ରେକର୍ଡିଂ ମନା’ ଫଳକ
– ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ
– ଟିକା ଅଭାବ ଦୂର ପାଇଁ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ସହିତ ଆଲୋଚନା କଲା କେନ୍ଦ୍ର, ଅଗଷ୍ଟ ସୁଦ୍ଧା ଟିକା ଉତ୍ପାଦନ ବୃଦ୍ଧି ସୂଚନା
– ଦେଶର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବାସଗୃହଗୁଡିକୁ ଟ୍ୟାପ୍ ପାଣି ଯୋଗାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି
ରାଜ୍ୟ ଖବର
–ତାଲାବନ୍ଦର ପ୍ରଭାବ: ନବରଙ୍ଗପୁର ଜିଲ୍ଲାରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା
–ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଆଜି ୧୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୭୭
–କରୋନା ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାର୍ପିତ
–କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗୀରକୁ ଦୁଇ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
–ଆଜି ରାଜ୍ୟରେ ସୁସ୍ଥ ହେଲେ ୮୬୬୫ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୪୮୨୩୪୫କୁ ବୃଦ୍ଧି
-କୋଭିଡ୍ ନିୟମ ଉଲ୍ଲଙ୍ଘନ: ରାଜ୍ୟରେ ୭୧ ମାମଲା ସହ ୨୬୯ ଗିରଫ; ଅମାନିଆଙ୍କଠାରୁ ଜରିମାନା ଆଦାୟ ୨କୋଟି ୮୦ଲକ୍ଷ
-ରାଉରକେଲାକୁ କୋଭିଡମୁକ୍ତ କରିବା ପାଇଁ ଆବଶ୍ୟକ ସ୍ଥାନରେ ଅତି କ୍ଷୁଦ୍ର ଆବଦ୍ଧ ଅଂଚଳ କରାଯାଉଛି : କମିସନର
–ପ୍ରଭାବିତ ହେବ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରର ଶୀତଳଷଷ୍ଠୀ,ଆୟୋଜକଙ୍କ ଉତ୍ସାହ ଫିକା
– ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି।
-କୋଭିଡ ନିୟମ ଉଲ୍ଲଂଘନ ପାଇଁ ରାଜ୍ୟରେ ୨୪ ଘଣ୍ଟାରେ ୨୦,୪୭,୯୯୦ ଟଙ୍କା ଜରିମାନା ଆଦାୟ, ୧୭ ଜଣ ଗିରଫ
– ରାଜ୍ୟରେ ଆଜି ୧୦ ହଜାର ୬୪୯ ଜଣ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି
– ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗ କରିଥିବା ଟ୍ରାଇର ସୂଚନା
– କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ରାଜନଗର ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ ବେଳେ ଚଢ଼ାଉ, ୨ ହାଇୱା ଜବତ
Comments are closed.