ସକାଳ @୯ ମୁଖ୍ୟ ଖବର

(୧) ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା… ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ଲୋକେ… ଚନ୍ଦ୍ରଗ୍ରହଣ ପାଇଁ ୫ଟା ୩୮ ମିନିଟ୍ ପୂର୍ବରୁ ଭସାଗଲା ଡଙ୍ଗା… ସେପଟେ ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି… ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ…

(୨) ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ…  ୨ବର୍ଷର କରୋନା କଟକଣା ପରେ ମହାନଦୀ ପଠାରେ ଜମିବ ଲୋକଙ୍କ ଗହଳି… ବାଲିଯାତ୍ରାରେ ଲାଗିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ୍‌… ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ… ଯୋଗଦେବେ ବଲିଉଡ ଓ ଓଲିଉଡର କଳାକାର… ସୁରକ୍ଷା ପାଇଁ ବାଲିଯାତ୍ରାରେ ୫୦ପ୍ଲାଟୁନ ଫୋର୍ସ ମୁତୟନ…

(୩) କାର୍ତ୍ତିକ ଯାତ୍ରାରେ ଅଘଟଣ… ଚାଲିଗଲା ଯୁବକଙ୍କ ଜୀବନ… ତୁରେକେଲାରେ ମୀନାବଜାର ଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ… ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତଦନ୍ତ…

(୪) ପୂର୍ଣ୍ଣମୀରେ ପିଶାଚ ପାଲଟିଲା ସ୍ୱାମୀ… ସ୍ତ୍ରୀକୁ ପଥରରେ ଛେଚି କଲା ହତ୍ୟା… କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତର ଘଟଣା… କତାଗୁଡା ହରିଜନ ସାହିର ସ୍ତ୍ରୀ ରାଧା କୌଶଲ୍ୟାକୁ ହତ୍ୟା କଲା ସ୍ୱାମୀ ନୀଳକଣ୍ଠ… ହତ୍ୟାର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ଛାନଭିନ୍‌…

(୫) ମହାରାଷ୍ଟ୍ର ରାଇଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଅଟୋ ଉପରେ ଓଲଟିପଡ଼ିଲା ବାଲି ବୋଝେଇ ଟ୍ରକ୍‌… ଘଟଣାସ୍ଥଳରେ ୩ ଛାତ୍ରଙ୍କ ସହ ଡ୍ରାଇଭରର ମୃତ୍ୟୁ… ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିପଡ଼ିଲା ଟ୍ରକ୍‌… ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ସରକାର…

(୬) ତାତିଲାଣି ପଦ୍ମପୁର ରାଜନୀତି… ପ୍ରାର୍ଥୀ ଦେବା ନେଇ ୩ ପ୍ରମୁଖ ରାଜନୈତିକ ଦଳଙ୍କ କସରତ ଆରମ୍ଭ… ଧାମନଗର ପରେ ପଦ୍ମପୁର ଆସନ ପାଇଁ ଅଣ୍ଟା ଭିଡିଲାଣି ବିରୋଧୀ ବିଜେପି… କଂଗ୍ରେସ ମଧ୍ୟ କଷୁଛି ରାଜନୀତି ଗଣିତ… ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଦ୍ୱନ୍ଦ୍ବରେ ରହିଛି ବିଜେଡି…

(୭) ଖଣି ଦୁର୍ନୀତି ମାମଲାରେ ହେମନ୍ତଙ୍କୁ ଆଶ୍ବସ୍ତି… ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ… ପୂର୍ବରୁ ଅଗଷ୍ଟରେ ଖଣି ଦୁର୍ନୀତି ନେଇ ଝାଡ଼ଖଣ୍ଡରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଉପରେ ରୋକ୍‌ ଲଗାଇଥିଲେ ସୁପ୍ରିମକୋର୍ଟ…

Comments are closed.