www.samajalive.in
Sunday, December 7, 2025
23.1 C
Bhubaneswar

ଗାଧୁଆ ଘରେ ୫ଦିନ ଫସି ରହିଲା ୭ବର୍ଷର ବାଳିକା

ହାଇଦରାବାଦ : ଗାଧୁଆ ଘର ମଧ୍ୟରେ ଏକ ୭ବର୍ଷର ବାଳିକା ୫ଦିନ ଫସି ରହିବା ଓ ପାଣି ପିଇ ଜୀବନ ବଞ୍ଚାଇବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତେଲଙ୍ଗାନାର ନାରାୟଣପେଟ ଜିଲା ମଖତାଲ ସହରରେ ଏପରି ଘଟଣା ଘଟିଛି। ପୁଲିସର କହିବା ଅନୁଯାୟୀ ବାଳିକାଟି ଘର ଛାତ ଉପରେ ଖେଳୁଥିବାବେଳେ ପଡୋଶୀଙ୍କ ଗାଧୁଆ ଘର ଭିତରକୁ ଖସି ପଡିଥିଲା। ଗାଧୁଆ ଘର ଉପରେ ଛାତ ନଥିବା ବେଳେ ପ୍ଲାଷ୍ଟିକ ଜାଲ ରହିଥିଲା। ପିଲାଟି ଗାଧୁଆ ଘର ଭିତରକୁ ଖସି ପଡିଥିବାବେଳେ ତାର କୌଣସି କ୍ଷତ ହୋଇ ନଥିଲା। କାରଣ ଗାଧୁଆ ଘ​‌େ​‌ର ଟଣା ଯାଇଥିବା ରସି ଯୋଗୁଁ ତାର କିଛି କ୍ଷତ ହୋଇ ନଥିଲା। ଗାଧୁଆ ଘରଟି ବାହାର ପଟୁ ବନ୍ଧ ରହିଥିଲା ଓ ପଡୋଶୀ ଘର ଲୋକ ବୁଲାବୁଲି କରିବାକୁ ହାଇଦରାବାଦ ଯାଇଥିଲେ। ପିଲାଟି ଖସି ପଡିବା ବେଳେ ପାଟି କରିଥିଲା;ମାତ୍ର ତାର ପାଟି କାହାକୁ ଶୁଣା ଯାଇ ନଥିଲା। ପିତାମାତା ଝିଅ ନିଖୋଜ ନେଇ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳ ତଲାସ କରିବା ସହ ନିକଟସ୍ଥ ଥାନାକୁ ସୂଚନା ଦେଇଥିଲା। ମାତ୍ର ପୁଲିସ ବାଳିକାଟି ସମ୍ପର୍କରେ କୌଣସି ସୁରାକ ପାଇପାରି ନଥିଲା। ବୁଧବାର ପଡୋଶୀ ଲୋକ ବୁଲାବୁଲି ସାରି ଘରକୁ ଫେରିବା ପରେ ଗାଧୁଆ ଘରେ ପିଲାଟିକୁ ଦେଇ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ସେମାନେ ପଡୋଶୀଙ୍କୁ ଏ ସମ୍ପର୍କରେ ଜଣାଇବାରୁ ପିଲାଟି ତାଙ୍କ ଘରେ ଭଡା ରହୁଥିବା ପରିବାର ଲୋକଙ୍କ ଝିଅ ବୋଲି ଜଣାପଡିଥିଲା। ଖାଦ୍ୟ ଅଭାବରୁ ଝିଅଟି ଦୁର୍ବଳ ହୋଇପଡିବା ସହ କଥାବାର୍ତ୍ତା କରିପାରୁ ନଥିଲା। ତାକୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories