www.samajalive.in
Sunday, December 7, 2025
23.1 C
Bhubaneswar

ଭାରତର ନ୍ୟାୟପାଳିକା ଇତିହାସରେ ରେକର୍ଡ; ୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମକୁ ଅନୁମୋଦନ

ନୂଆଦିଲ୍ଲୀ: ଭାରତର ସୁପ୍ରିମକୋର୍ଟର କଲେଜିୟମ ଦେଶର ବିଭିନ୍ନ ୧୨ଟି ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଁ ୬୮ ଜଣଙ୍କ ନାମକୁ ଅନୁମୋଦନ କରିଛି। ସେମାନଙ୍କ ମଧ୍ୟରେ ୪୪ ଜଣ ଆଇନଜୀବୀ ରହିଛନ୍ତି। ସୁପ୍ରିମକୋର୍ଟର ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ନେତୃତ୍ୱରେ ତିନିଜଣ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ ଶୁକ୍ରବାର ୬୮ ଜଣଙ୍କ ନାମକୁ ୧୨ଟି ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଁ ସୁପାରିଶ କରିଛନ୍ତି। ଏହିସବୁ ରାଜ୍ୟର ହାଇକୋର୍ଟଗୁଡିକ ମଧ୍ୟରୁ ଅଧିକାଂଶରେ ପ୍ରାୟ ୫୦% ବିଚାରପତି ପଦବୀ ଖାଲି ପଡିଥିବାରୁ ମାମଲାଗୁଡିକର ବିଚାର ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଥିଲା। ଏହି କଲେଜିୟମରେ ପ୍ରଧାନବିଚାରପତି ଜଷ୍ଟିସ ରମନାଙ୍କ ସହିତ ଜଷ୍ଟିସ ୟୁ ୟୁ ଲଳିତ ଏବଂ ଜଷ୍ଟିସ ଏ ଏମ କାନ୍‍ୱିଲକର ରହିଥିଲେ। କଲେଜିୟମ ୧୧୩ ଜଣଙ୍କର ନାମକୁ ବିଚାରକୁ ନେଇଥିଲେ। ବହୁ ବିଚାର ବିମର୍ଷ ଓ ତର୍ଜମା ପରେ ୬୮ ଜଣଙ୍କ ନାମକୁ ଚୂଡାନ୍ତ କରାଯାଇଥିଲା। ଏହି ମନୋନୀତ ବ୍ୟକ୍ତିମାନେ ଆଲ୍ଲାହାବାଦ, ରାଜସ୍ଥାନ, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଜମ୍ମୁ ଓ କାଶ୍ମୀର, ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପଞ୍ଜାବ ଓ ହରିଆଣା, କେରଳ, ଛତିଶଗଡ ଏବଂ ଆସାମ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇବେ। ସେମାନଙ୍କ ମଧ୍ୟରେ ୪୪ ଜଣ ଆଇନଜୀବୀ ରହିଥିବା ଜଣାଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories