www.samajalive.in
Sunday, December 7, 2025
14.1 C
Bhubaneswar

ବିଶେଷଜ୍ଞଙ୍କ ମତ ; ମନୁଷ୍ୟଙ୍କ ମସ୍ତିଷ୍କରେ ପ୍ରତିଦିନ ଆସିଥାଏ ୬୦୦୦ରୁ ଅଧିକ ଭାବନା

ମନୁଷ୍ୟର ମସ୍ତିଷ୍କ ଏକ ଜଟିଳ ଯନ୍ତ୍ର ବୋଲି କୁହାଯାଏ। ଏହାସହ ଜଡ଼ିତ କେତେକ ତଥ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବ୍ୟକ୍ତିର ମସ୍ତିଷ୍କରେ ପ୍ରତ୍ୟେକ ଦିନ ୬୦୦୦ରୁ ଅଧିକ ଭାବନା ଆସିଥାଏ। ଏହାର ସତ୍ୟତା ହାଲହୀରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଏପରି ଏକ ପ୍ରଣାଳୀ ବିକଶିତ କରାଯାଇଛି ଯାହା ଭାବନା ଆସିବା ଓ ଶେଷ ହେବାର ସଙ୍କେତ ଦେଇପାରେ।
ବିଶେଷଜ୍ଞଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି ନୂତନ ପ୍ରଣାଳୀରେ ସୂଚନା ମିଳିପାରି ଥାଏ, ଯେ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ କେତେ ଭାବନା ଚାଲୁଛି। ଏହି ପ୍ରଣାଳୀ ସେ ସମସ୍ତ ଲକ୍ଷଣକୁ ପୃଥକ କରିଥାଏ, ଯେବେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଭାବନା ଆସିଥାଏ। ଏହି ପ୍ରଣାଳୀକୁ ଥଟ୍ ୱାର୍ମ ବୋଲି କୁହାଯାଏ।
ବିଶେଷଜ୍ଞଙ୍କ ମତରେ ଯେକୌଣସି ବ୍ୟକ୍ତିଙ୍କ ବିଚାରକୁ ମାପି ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସହଜରେ ଗଣନା କରି ହୁଏ। ଯଦି କୌଣସି ବ୍ୟକ୍ତିଙ୍କ ମସ୍ତିଷ୍କରେ କିଛି ନୂତନ ଭାବନା ଆସୁଛି ତେବେ ତାହାକୁ ଥଟ୍ ୱାର୍ମ ସୃଷ୍ଟି କରୁଛି। ଯାହା ଦ୍ୱାରା ଏହି ନୂତନ ପଦ୍ଧତିକୁ ସହଜରେ ଜାଣିହେବ। ବିଶେଷଜ୍ଞଙ୍କ ଦଳ ଆହୁରି ମଧ୍ୟ କହିଛନ୍ତି, ଯେଉଁ ସମୟରେ ଲୋକେ ଚଳଚ୍ଚିତ୍ର ଦେଖନ୍ତି, ତେବେ ଥଟ୍ ୱାର୍ମ ସେହି ସମସ୍ତ ନୂତନ ଘଟଣା ଭଳି ହିଁ ମସ୍ତିଷ୍କରେ ଆସିଥାଏ। ଚିନ୍ତାଧାରାରେ ପରିବର୍ତନ ହେବା ମାତ୍ରେ ନୂତନ ଥଟ୍ ୱାର୍ମ ସୃଷ୍ଟି ହୋଇଥାଏ। ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ପ୍ରତିଦିନ ସୃଷ୍ଟି ହେଉଥିବା ପାଖାପାଖି ୬୦୦୦ରୁ ଅଧିକ ଭାବନା ଆସେ, ଏହାର ପରୀକ୍ଷା କରିବା ପାଇଁ ବିଶେଷଜ୍ଞଙ୍କ ଦଳ ୧୮୪ ଜଣଙ୍କୁ ଚଳଚ୍ଚିତ୍ର ଦେଖାଇ ଏହାର ଅଧ୍ୟୟନ କରିବା ସହ ଏକ ସ୍ୱତନ୍ତ୍ର ପ୍ରଣାଳୀ ଦ୍ୱାରା ଏହାର ପରୀକ୍ଷା କରିଥିଲେ। ଏହାଦ୍ୱାରା ବ୍ୟକ୍ତି କ’ଣ ଓ କେଉଁ ସମୟରେ କି କି କଥା ଚିନ୍ତା କରୁଛି ତାହା ଜଣାପଡ଼ିଥିଲା।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories