ସାବଧାନ- ଗୁଗୁଲ୍‌ ପ୍ଲେ ଷ୍ଟୋର ସହ ଅନ୍‌ଲାଇନ୍‌ରେ ରହିଛି ୬୦୦ ଜାଲ୍‌ଋଣ ପ୍ରଦାନକାରୀ ଆପ୍‌

ଦେଶରେ ୬୦୦ ଜାଲ୍‌ ଋଣ ପ୍ରଦାନକାରୀ ଆପ୍‌

ନୂଆଦିଲ୍ଲୀ,୨୯ା୩: ଦେଶରେ ପ୍ରାୟ ୬୦୦ ଜାଲ୍‌ ଋଣ ପ୍ରଦାନକାରୀ ଆପ୍‌ ପ୍ରଚଳିତ ଥିବା ଏବଂ ସେଗୁଡିକ ଆପ୍‌ ଷ୍ଟୋରରେ ଉପଲବ୍ଧ ହେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଆର୍‌ବିଆଇର ଡିଜିଟାଲ ଲେଣ୍ଡିଂ ଉପରେ ଥିବା ଏକ କାର୍ଯ୍ୟାନ୍ବୟନ ଗୋଷ୍ଠୀ ଏହି ୬୦୦ ପାଖାପାଖି ଆପ୍‌କୁ ଚିହ୍ନଟ କରିଛନ୍ତି।

prayash

ଡିଜିଟାଲ ଲେଣ୍ଡିଂ ଆପ୍‌ଗୁଡିକ ବିରୋଧରେ ୨୦୨୦ ଜାନୁଆର ଆରମ୍ଭରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ପ୍ରାୟ ୨୫୬୨ଟି ଅଭିଯୋଗ ମିଳିଥିବା ଜଣାଯାଇଛି। ୨୦୨୦ ଡିସେମ୍ବରରେ ଆର୍‌ବିଆଇ ପକ୍ଷରୁ ଜନସାଧାରଣ ଅଣସ୍ବୀକୃତ ଡିଜିଟାଲ ଲେଣ୍ଡିଂ ପ୍ଲାଟଫର୍ମଗୁଡିକର ଅସାଧୁ କାର୍ଯ୍ୟକଳାପର ଶିକାର ନହେବାକୁ ସତର୍କ କରାଇ ଦିଆଯାଇଥିଲା।

pic courtesy-pixabay

ଆର୍‌ବିଆଇ ପକ୍ଷରୁ ମଧ୍ୟ ଏଭଳି ଆପ୍ଲିକେସନଗୁଡିକ ଉପରେ ନଜର ରଖିବା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଥିଲା।

kalyan agarbati

Comments are closed.