www.samajalive.in
Monday, December 15, 2025
24.1 C
Bhubaneswar

ଏନକାଉଣ୍ଟରରେ ୬ ମାଓବାଦୀ ନିହତ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ବସ୍ତର ଜିଲା ଅନ୍ତର୍ଗତ ଥୁଲଥୁଲି ଜଙ୍ଗଲରେ ଶୁକ୍ରବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ ୬ ମାଓବାଦୀ ନିହତ ହୋଇଛନ୍ତି।

ଥୁଲଥୁଲି ଜଙ୍ଗଲ ମାଓବାଦୀଙ୍କ ଆଡ୍ଡାସ୍ଥଳ ଭାବେ ପରିଚିତ। ଏଠାରେ ନିୟମିତ ବ୍ୟବଧାନରେ ପୁଲିସ ପକ୍ଷରୁ ମାଓବାଦୀ ଦମନ ଅଭିଯାନ କରାଯାଇଥାଏ। କିଛି ମାଓବାଦୀ ଜଙ୍ଗଲରେ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ଦାନ୍ତେଓ୍ବାଡ଼ା ଏବଂ ନାରାୟଣପୁର ଜିଲାର ଡିଆରଜି ଓ ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ମାଓବାଦୀଙ୍କ ସହିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିବାରୁ ୬ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

- Advertisement -

ସନ୍ଧ୍ୟା ସୁଦ୍ଧା ଜଙ୍ଗଲରେ ଅପରେସନ ଜାରି ରହିଥିବା ଜଣାପଡ଼ିଛି। ଗତବର୍ଷ ଅକ୍ଟୋବର ମାସରେ ମଧ୍ୟରେ ଏହି ଜଙ୍ଗଲରେ ଗୁଳିବିନିମୟ ଘଟିଥିଲା, ଯେଉଁଥି​‌ରେ ୩୮ ମାଓବାଦୀ ନିହତ ହୋଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories