www.samajalive.in
Sunday, December 14, 2025
23.1 C
Bhubaneswar

ଖୁବ୍ ଶୀଘ୍ର ଆସିବ ଡୁକାଟିର ଏହି ଦମଦାର ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍

ଭୁବନେଶ୍ବର : ଡୁକାଟି ମଲ୍ଟିଷ୍ଟ୍ରୋଡା ଭି୪ ଖୁବ୍ ଶୀଘ୍ର ଭାରତରେ ଲଞ୍ଚ୍ ହେବ । କମ୍ପାନୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏମିତି ସୂଚନା ପ୍ରଦାନ କରିଛି । ଏହି ଆଡଭେଞ୍ଚର ଟୁରରେ ଅନେକ ଦମଦାର ଅପଡେଟ୍ସ ଦିଆଯାଇଛି । ନୂଆ ଡିଜାଇନ୍ ସହିତ ଫ୍ୟୁଲ ଟ୍ୟାଙ୍କ ସବୁ ନୂଆ କଲର ସହିତ ଆସିବ । ଉତ୍ତମ ଲାଇଟ୍ ପାଇଁ ଏଥିରେ ଏଲଇଡି ହେଡଲାଇଟ୍ସ ମଧ୍ୟ ମିଳିବ । ବାଇକ୍ ରେଡ୍, ବ୍ଲାକ୍ ଓ ହ୍ବାଇଟ୍ ୩ଟି ରଙ୍ଗର ବିକଳ୍ପ ସହିତ ବଜାରକୁ ଆସିବ ।

ଡୁକାଟି ରିୟର ମୋନୋଶକ ପାଇଁ ଏକ ଅଟୋ ଲୋୟରିଂ ଫଙ୍କସନ୍ ମଧ୍ୟ ଯୋଡିଛି ଯାହା ୧୦ କିମି ପ୍ରତି ଘଣ୍ଟାରୁ କମ୍ ଗତିରେ ବାଇକକୁ ୩୦ ଏମଏମ ପର୍ଯ୍ୟନ୍ତ ତଳକୁ ଖସାଇଦିଏ ଯାହା ଫଳରେ ଟ୍ରାଫିକରେ ଏହାକୁ କଣ୍ଟ୍ରୋଲ କରିବା ସହଜ ହୋଇଯାଏ । ସେହିଭଳି ସ୍ପିଡ୍ ୫୦ ହେଲେ ଏହା ସାମାନ୍ୟ ଉଚ୍ଚକୁ ଚାଲିଆସିଥାଏ ।

- Advertisement -

ମୋଟରସାଇକେଲରେ ୧୧୫୮ ସିସି ଭି୪ ଇଞ୍ଜିନ୍ ମିଳିବ ଯାହା ୧୦,୭୫୦ ଆରପିଏମରେ ୧୭୦ ବିଏଚପିର ପାଓ୍ବର ଓ ୯ ହଜାର ଆରପିଏମରେ ୧୨୪ ଏନଏମ ପିକ୍ ଟର୍କ ଉତ୍ପନ କରିଥାଏ । ଏଥିରେ ସ୍ପୋର୍ଟ, ଅର୍ବନ, ଟୁରିଂ ଓ ଏଣ୍ଡ୍ୟୁରୋ ମୋଡର ବିକଳ୍ପ ମିଳିବ ଯାହା ଫଳରେ ଚାଳକକୁ ସୁବିଧା ହେବ । ଏପରିକି ମୋଡ୍ ଅନୁସାରେ ଏଥିରେ ସସପେନ୍ସନକୁ ମଧ୍ୟ ଆଡଜଷ୍ଟ କରିହେବ । ଏହାର ଦାମ୍ ପ୍ରାୟ ୨୩ ଲକ୍ଷ ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories