କଠିନ ପରିଶ୍ରମ କର ଏବଂ ଯଦି କିଛି ଅସୁବିଧା ଦେଖା ଦେବ ତେବେ ଆମକୁ ଜଣାଇବ : ୫-ଟି ସଚିବ

୫-ଟି ସଚିବଙ୍କ କନ୍ଧମାଳ ଗସ୍ତର ୨ୟ ଦିନ, ୧୮ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଲେ

ଫୁଲବାଣୀ:୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଗସ୍ତର ଦ୍ୱିତୀୟ ଦିନରେ ସେ ୧୮ ଗୋଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦ୍ୱିତୀୟ ଦିନର ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ସେ ଜିଲା ଉଦ୍ୟାନ କୃଷି ପରିସରରେ ଥିବା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଥିଲେ। କଠିନ ପରିଶ୍ରମ କର ଏବଂ ଯଦି କିଛି ଅସୁବିଧା ଦେଖା ଦେବ ତେବେ ଆମକୁ ଜଣାଇବ। ସମାଧାନ ପାଇଁ ଚେଷ୍ଟା କରିବୁ ବୋଲି ଶ୍ରୀ ପାଣ୍ଡିଆନ ସେହି ମା’ମାନଙ୍କୁ କହିଥିଲେ। ପରେ ପରେ, ରାଜ୍ୟ ସରକାରଙ୍କ ଦ୍ୱାରା ୧ହଜାର କୋଟି ଅନୁଦାନରେ ନିର୍ମାଣ ହେଉଥିବା ମେଡିକାଲ କଲେଜ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ବିଭାଗ କମିଶନର ଶାଲିନ୍ ପଣ୍ଡିତ ଏହି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୁଝାଇଥିଲେ। ସେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିଣ୍ଡିରାଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ନିର୍ମାଣାଧୀନ ହଷ୍ଟେଲର ନିର୍ମାଣ କାର୍ଯ୍ୟ ଦେଖିଥିଲେ।

ଫିରିଙ୍ଗିଆ ସ୍ଥିତ ମିଶନ ଶକ୍ତି କେଫ୍ ପରିଦର୍ଶନ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ସେଠାରେ ଥିବା ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଫିରିଙ୍ଗିଆ ବ୍ଲକ ପାଇଁ ମହାନଦୀରୁ ପାଣି ଆଣିବା ବ୍ୟବସ୍ଥା କରିଛନ୍ତି। ସେଥିପାଇଁ ୫୦୦ କୋଟି ଟଙ୍କାର ଟେଣ୍ଡର ମଧ୍ୟ ହୋଇସାରିଛି। ଖୁବ୍ ଶିଘ୍ର କାମ ଆରମ୍ଭ ହୋଇଯିବ। ଆଗାମି ୫୦ ବର୍ଷ ପାଇଁ ଏଠାରେ ପାଣିର ଅଭାବ ରହିବ ନାହିଁ । ଖୁବ୍ ଶିଘ୍ର ମୁଖ୍ୟମନ୍ତ୍ରୀ ନୂଆବସ୍ ଷ୍ଟାଣ୍ଡ ମଞ୍ଜୁର କରିବେ। ଏହି ବ୍ଲକ ପାଇଁ କେତେଗୋଟି ରାସ୍ତା ଓ ବ୍ରିଜ୍ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେହିପରି ଜିଲ୍ଲାର ଜନଜାତି ଭାଇ ଭଉଣୀମାନଙ୍କର କଳା ସଂସ୍କୃତିକୁ ବଂଚାଇ ରଖିବା ପାଇଁ ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ କରିଛନ୍ତି ଯାହାକି ଅନ୍ୟ କୌଣସି ରାଜ୍ୟରେ କରାଯାଇ ନାହିଁ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ପରେ ୫-ଟି ଅଧୀନରେ ରୂପାନ୍ତରୀତ ହୋଇଥିବା ରତଙ୍ଗ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ।

prayash

ସେହି ବିଦ୍ୟାଳୟର ପାଖରେ ଥିବା ମଡେଲ୍ ପୋଖରୀ ମଧ୍ୟ ପରିଦର୍ଶନ କରିଥିଲେ। ସେହି ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ସ୍ଥିତ ମସଲା ପ୍ରକ୍ରିୟାକରଣ ପ୍ରକଳ୍ପ(କସମ) ପରିଦର୍ଶନ କରିଥିଲେ। ୫-ଟି ସଚିବ ଶ୍ରୀ ପାଣ୍ଡଆନ କେ. ନୂଆଗାଁରେ ଥିବା ମଡେଲ ଡିଗ୍ରୀ କଲେଜ ପରିଦର୍ଶନ କରିବା ସହିତ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ପରେ, ବାଲିଗୁଡ଼ା ରେ ଥିବା ପାଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ମନ୍ଦିର କମିଟି ସହ ଆଲୋଚନା କରିଥିଲେ। ସେଠାରୁ ଯାଇ ଆମ ହଷ୍ପିଟାଲ ପରିଦର୍ଶନ କରିବା ସହିତ ଡାକ୍ତର ଓ ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ। ତା’ପରେ ବାଲିଗୁଡ଼ା ମିନି ଷାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଏବଂ ଇନ୍ଡୋର୍ ଷ୍ଟାଡିୟମ ପରିଦର୍ଶନ କରିଥିଲେ।

ସେଠାରୁ ସେ ଦାରିଙ୍ଗବାଡ଼ି ଗସ୍ତ କରି ଦାରିଙ୍ଗିବାଡ଼ି ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ଲକ ଓ ଜିଲ୍ଲାରେ ପର୍ଯ୍ୟଟନର ସମୃଦ୍ଧି ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ଦାରିଙ୍ଗବାଡ଼ି ଆମ ହଷ୍ଟିଟାଲ ରୁପାନ୍ତରୀକରଣ ପାଇଁ ୨କୋଟି ୭୦ଲକ୍ଷ ଏବଂ ଘରେ ଘରେ ପାଣି ପହଞ୍ଝିବା ପାଇଁ ପାଖାପାଖି ୧୧୩କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ଯାହାର କାର୍ଯ୍ୟ ୬ ମାସ ମଧ୍ୟରେ ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ପରେ ଶ୍ରୀ ପାଣ୍ଡିଆନ ହିଲ୍ ଭିୟୁ ପାର୍କ ଓ ବଟରି ଗାର୍ଡନ୍ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନ ଗସ୍ତର ଶେଷରେ ଶ୍ରୀ ପାଣ୍ଡିଆନ୍ ଘୁ. ଉଦୟଗିରି ସ୍ଥିତ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ। ଘୁ.ଉଦୟଗିରି ଲୋକମାନଙ୍କ ଦାବିକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ୨ଗୋଟି ଟୁରିଷ୍ଟ ସ୍ପଟର ଉନ୍ନତିକରଣ ପାଇଁ ମଞ୍ଜୁରୀ କରିଛନ୍ତି ଯାହାର କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବ।

ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତି ମାସରେ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନଚେତ୍ ସେହି ଅର୍ଥ ବୋଝ ଓଡ଼ିଶାର ଗରୀବ ଲୋକମାନଙ୍କ ଉପରେ ପଡ଼ିଥାନ୍ତା ବୋଲି ସେ କହିଥିଲେ। ପରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ୬କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବିଜୁ ପଟ୍ଟନାୟକ ଖେଳ ଭବନ ପରିଦର୍ଶନ କରି ଭୁବନେଶ୍ୱର ଫେରିଯାଇଥିଲେ। କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ ରାଜେନ୍ଦ୍ର କୁମାର ରଣଜିତ୍ , ଉପ-ଜିଲାପାଳ କନ୍ଧମାଳ ଓ ବାଲିଗୁଡ଼ା , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଓ ବାଲିଗୁଡ଼ାର ପ୍ରକଳ୍ପ ପ୍ରଶାସକ, ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଏହି ଗସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଭିନ୍ନ ସ୍ଥାନରେ ୫-ଟି ସଚିବଙ୍କୁ ସମ୍ବର୍ଦ୍ଧନା କରିଥିଲେ ସାଧାରଣ ଜନତା।

kalyan agarbati

Comments are closed.