www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ ସମୟରେ ବାହାରେ ରହୁଥିବା ପରିଜନଙ୍କୁ ନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗଞ୍ଜାମର ଜଣେ ନେତା କହିଥିଲେ : ୫ଟି ସଚିବ 

ଗୋପାଳପୁର : ୩ ଦିନିଆ ଗଞ୍ଜାମ ଗସ୍ତରେ ଯାଇଥିବା ୫ ଟି ସଚିବ ଭି. କେ ପାଣ୍ଡିଆନ ଶୁକ୍ରବାର ପ୍ରଥମ ଦିନରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠ ଖେଳ ପଡିଆ ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗତ ୨୦୧୯ କୋଭିଡ ସମୟରେ ଗଞ୍ଜାମ ଜିଲ୍ଲାର ଜଣେ ନେତା ଗଞ୍ଜାମ ଜିଲ୍ଲାର ଲୋକଙ୍କ ବାହାରେ ରହୁଥିବା ପରିଜନଙ୍କୁ ଜିଲ୍ଲାକୁ ନ ଆଣିବା ନିମନ୍ତେ କହିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରେ ରହୁଥିବା ସମସ୍ତ ପରିଜନ ସଦସ୍ୟଙ୍କୁ ନିଜ‌ ଗାଁ କୁ ଫେରାଇ ଆଣିବା ସହ ଅନେକ ଲୋକଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥିଲେ। ଆଜି ଯେଉଁମାନେ ନିଜ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଆସନ୍ତା ୧ ମାସ ମଧ୍ୟରେ ସେ ସବୁକୁ ସମାଧାନ କରି ଦିଆଯିବ ବୋଲି କହିବା ସହ ମନ୍ଦିର, ମସଜିଦ, ଚର୍ଚ୍ଚା ଆଦିର ଉନ୍ନତିକରଣ ନିମନ୍ତେ ଦେଇଥିବା ଅଭିଯୋଗକୁ ଆସନ୍ତା ୧ ସପ୍ତାହ ମଧ୍ୟରେ ସମାଧାନ କରି ଦିଆଯିବା ସହ ପାଣି ପାଇଁ ଦିଆଯାଇଥିବା ଅଭିଯୋଗକୁ ଦିନକ ମଧ୍ୟରେ ସମାଧାନ କରିଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ ମତପୋଷଣ କରିଥିଲେ। ଆଜି ୬୪୦ରୁ ଉର୍ଦ୍ଧ୍ବ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ ଯେଉଁ ମାନେ ତାଙ୍କୁ ଅଭିଯୋଗ ପତ୍ର ଦେଇ ପାରିନାହାଁନ୍ତି ସେମାନେ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ରହିଥିବା ଅଧିକାରୀ ମାନଙ୍କୁ ଦେବାକୁ କହିଥିଲେ ।

ଅନ୍ୟ ପଟେ ଆଜି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ବିଜେପି ପକ୍ଷରୁ ଏହାର ବିରୋଧ କରି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ତୁଳୁ ରୋଡରୁ କଳା ପୋଷାକ ପିନ୍ଧିବା ସହ କଳା କନା ଧରି ଏକ ଶୋଭାଯାତ୍ରାରେ ବୈଠକ ସ୍ଥଳକୁ ଯିବାକୁ ଉଦ୍ୟମ କରୁଥିବା ବେଳେ କନିଷି ହାଟ ଛକଠାରେ ପୁଲିସ ସେମାନଙ୍କୁ ଅଟକିଥିଲା। ଯାହା ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ପୁଲିସ ଶ୍ରୀ ଜେନାଙ୍କ ସମେତ କିଛି ନେତାଙ୍କୁ ଗିରଫ କରି ଗୋଳନ୍ଥରା ଥାନାରେ ଅଟକ ରଖିବା ସହ‌ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିଲେ। ଅନ୍ୟ ପଟେ କିଛି ବିଜେପି ସମର୍ଥକ ହାତରେ କଳାକନା ସହ ଅଣ୍ଡା ଧରି ବୈଠକ ସ୍ଥଳର ଅନିତି ଦୂରରେ ଥିବା ସିଦ୍ଧ ଭୈରବୀ ବିଜ୍ଞାନ ମହାବିଦ୍ୟାଳୟ କୋଠାରେ ପୁଲିସକୁ ଚକମା ଦେଇ  ପାଣ୍ଡିଆନ ଗୋ ବ୍ୟାକ ନାରା ଦେବା ସହ କଳାକନା ଦେଖାଇ ଅଣ୍ଡା ଫୋପାଡି ଥିଲେ। କିନ୍ତୁ ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିଥିଲା।ଆଜିର ଏହି ବୈଠକରେ ୩୨ ପଞ୍ଚାୟତର ପ୍ରାୟ‌ ୧୫ ହଜାରରୁ ଉର୍ଦ୍ଧ୍ବ ମହିଳା ବୈଠକ ସ୍ଥଳରେ ପହଞ୍ଚି ଥିଲେ। ଶ୍ରୀ ପାଣ୍ଡିଆନ କାର ଯୋଗେ ଆମ୍ବପୁଆ ସଭା ସ୍ଥଳରୁ କନିଷି ପହଞ୍ଚି ସଭାରେ ଉପସ୍ଥିତ ରହିଥିବା ମହିଳା ଓ ଲୋକଙ୍କ ସହ ମିଶିବା ସହ ସେମାନଙ୍କ ଠାରୁ ନିଜେ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ବୈଠକରେ ଉପସ୍ଥିତ ଥିବା ମହିଳା  ଓ ଲୋକଙ୍କ ସହ ମିଶି ସେଲଫି ଉଠାଇଥିଲେ। ସଭା ପ୍ରାରମ୍ଭରେ ସଭା ସ୍ଥଳରେ କିଛି ଅନ୍ୟ ଦଳର ଲୋକ ବସି ଥିବା ଖବର ପାଇ ପୁଲିସ ସେମାନଙ୍କୁ ସେଠାରୁ ଉଠାଇ ପଠାଇ ଦେଇଥିବା ଦେଖିବାକୁ ମିଳିଥିଲା। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୁଲିସ ଫୋର୍ସ ସହ ନିଜେ ଡିଆଇଜି ଓ ଏସପିଙ୍କ ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।

ବିଶେଷ କରି ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ସଭା ସ୍ଥଳରେ ପହଞ୍ଚିବେ ବୋଲି ସକାଳେ ଘୋଷଣା କରିବା ସହ କନିଷି ଆସୁଥିବା ଖବର‌ ପାଇ ସଭା ସ୍ଥଳରେ ଉପସ୍ଥିତ ରହିଥିବା ବିଜେଡିର ଜିଲ୍ଲା ଯୁବ ସଭାପତି ଭବାନୀ ସାହୁ ଙ୍କ ନେତୃତ୍ବରେ  ସମର୍ଥକ ମାନେ ହାତରେ ‌ବିଧାୟକ ବିରୋଧୀ ସ୍ଲୋଗାନ ମାନ ଲେଖା ଥିବା ପ୍ଲାକାର୍ଡ ଧରି ଜାତୀୟ ରାଜପଥର କମାପଲ୍ଲୀ ଛକ ଠାରୁ ଆରମ୍ଭ କରି ହଳଦିଆପଦର ଓ କନିଷି ଠାରେ ଜମା ହେବା ସହ ବିଭିନ୍ନ ସ୍ଲୋଗାନ ଦେଇଥିଲେ। କିନ୍ତୁ କମାପଲ୍ଲୀ ଛକ ଠାରେ ହିଁ ବିଜେଡି ସମର୍ଥକ ମାନେ ବିଧାୟକ ଙ୍କ ଗାଡ଼ିକୁ ଅଟକାଇବା ସହ ହୋହାଲ୍ଲା କରିବା ସହ ଗାଡ଼ି ଉପରକୁ ଅଣ୍ଡାମାଡ ସହ ପାଣି ବୋତଲ ମାଡ଼ କରିଥିଲେ। ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories