www.samajalive.in
Saturday, December 6, 2025
14.1 C
Bhubaneswar

ପାଦରେ ଏହି ୫ଟି ଲକ୍ଷଣ ଦେଖାଗଲେ; ଦିଏ ମଧୁମେହ ହେବାର ସଙ୍କେତ..

ମଧୁମେହ ରୋଗ ବର୍ତ୍ତମାନ ସମୟରେ ଅଧିକାଂଶଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ ଅନେକ ସମୟରେ ମଧୁମେହ ଆରମ୍ଭ ହେବା ନେଇ ଲୋକେ ଏହାର କିଛି ସଙ୍କେତକୁ ଜାଣି ପାରନ୍ତି ନାହିଁ। ଅଧିକ ଥକ୍କାପଣ ଅନୁଭବ ହେବା ସହ ଅଧିକ ଶୋଷ ଲାଗିବା, ବାରମ୍ବାର ପରିଶ୍ରା ଲାଗିବା ଏହା ମଧୁମେହ ଆରମ୍ଭ ହେବାର ପ୍ରାରମ୍ଭିକ ଲକ୍ଷଣ ବୋଲି କୁହାଯାଏ। ମାତ୍ର ହୁଏତ ଆପଣ ଜାଣିନଥିବେ ମଧୁମେହ ହେବାର ସଙ୍କେତ ପାଦରୁ ମଧ୍ୟ ମିଳିଥାଏ। ପାଦର ଏହି ୫ଟି ଲକ୍ଷଣ ମଧୁମେହ ହେବାର ସଙ୍କେତ ଦେଇଥାଏ। ଜାଣନ୍ତୁ..

୧- ଯଦି ଆପଣଙ୍କ ପାଦରେ ନିୟମିତ ବିନା କୌଣସି କାରଣରେ ଝିମଝିମ୍ ହେଉଥାଏ, ତେବେ ମଧୁମେହ ହେବାର ଏହା ପୂର୍ବ ଲକ୍ଷଣ ହୋଇପାରେ। ଉଚ୍ଚ ରକ୍ତ ଶର୍କରା ମାତ୍ରା ଶିରାପ୍ରଶିରାକୁ କ୍ଷତି ପହଞ୍ଚାଇପାରେ। ଯାଦ୍ୱାରା ଏହି ସମସ୍ୟା ହୋଇଥାଏ।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

- Advertisement -

୨- ହଠାତ୍ ପାଦରେ ଯନ୍ତ୍ରଣା ହେବା, ବିଶେଷ କରି ରାତି ସମୟରେ ଏଭଳି ଯନ୍ତ୍ରଣା ହେବା ମଧୁମେହ ହେବାର ପୂର୍ବ ଲକ୍ଷଣ ହୋଇପାରେ। ଖରାପ ରକ୍ତ ସଞ୍ଚାଳନ ପାଇଁ ପାଦରେ ଯନ୍ତ୍ରଣା ହୋଇପାରେ।

୩- ବିନା କୌଣସି କାରଣରେ ପାଦ ଫୁଲିଲେ, ଏହା ମଧ୍ୟ ମଧୁମେହ ହେବାର ପୂର୍ବ ଲକ୍ଷଣ ହୋଇପାରେ।

୪- ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ହେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଦେଇଥାଏ। ଏହାଦ୍ୱାରା କୌଣସି କ୍ଷତ ପାଦରେ ହେବା ମାତ୍ରେ ଏହା ଭଲ ହୋଇନଥାଏ। ଏପରି ହେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

ଦେଖନ୍ତୁ ଦିଲ୍ଲୀ ବର୍ଗର କିଙ୍ଗରେ ହତ୍ୟାକାଣ୍ଡର ଛାତିଥରା ଭିଡିଓ; ଝରକା ଡେଇଁବା ପରେ ମଧ୍ୟ ଛାଡି ନ ଥିଲେ..

୫ – ପାଦର ରଙ୍ଗ ପରିବର୍ତ୍ତନ ହେବା। ଯେପରି କି ପାଦର ରଙ୍ଗ ହାଲକା ହଳଦିଆ ଦେଖାଯିବା। ଲାଲ ଦାଗ ହେବା। ଏହା ମଧ୍ୟ ମଧୁମେହ ହେବାର ପୂର୍ବ ସୂଚନା ଦେଇଥାଏ। ଏସବୁ ଲକ୍ଷଣ ନିୟମିତ ଦେଖାଗଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ପୁଣି ବଢିଲା ସୁନା ଦାମ୍ ; ଜାଣନ୍ତୁ ୨୨ କ୍ୟାରେଟ୍ ଦାମ୍ କେତେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories