www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଦିଲ୍ଲୀ ବର୍ଗର କିଙ୍ଗରେ ହତ୍ୟାକାଣ୍ଡର ଛାତିଥରା ଭିଡିଓ; ଝରକା ଡେଇଁବା ପରେ ମଧ୍ୟ ଛାଡି ନ ଥିଲେ..

ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ରାଜୈାରୀ ଗାର୍ଡେନ ସ୍ଥିତ ବର୍ଗର କିଙ୍ଗ ଆଉଟଲେଟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟର ସିସିଟିଭି ଫୁଟେଜ ବର୍ତ୍ତମାନ ସାମ୍ନାକୁ ଆସିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ୩ ଜଣ ଅଜ୍ଞାତ ସୁଟର୍ ଫୁଡ୍ ଆଉଟଲେଟ୍ ଭିତରେ ପ୍ରାୟ ୪୦ ରାଉଣ୍ଡ ଗୁଳି ଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ବାଜିଥିବା ଯୁବକଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।


ଦିଲ୍ଲୀର ଛୋଟା ଡନ୍ ଭାବରେ ଜଣାଶୁଣା ୨୧ ବର୍ଷିୟ ହିମାଂଶୁ ନିଜକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଶତ୍ରୁ ବୋଲି କହିଛି। ନିକଟରେ ସେ ଦିଲ୍ଲୀ ଏବଂ ହରିୟାଣାରେ ଅନେକ ହିଂସାତ୍ମକ ଘଟଣା ଘଟାଇଥିବା ସୂଚନା ମିଳିଛି। ସେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନରେ ବିଷ୍ନୋଇ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ହାତ ମିଳାଇଛନ୍ତି। ତାଙ୍କର ମୁଖ୍ୟ କାମ ହେଉଛି ବ୍ୟବସାୟୀ, ମଦ ବିକ୍ରେତା ଆଦିଙ୍କ ଠାରୁ ଟଙ୍କା ଆଦାୟ କରିବା। ହିମାଂଶୁ ହରିୟାଣାର ଏକ ଗାଁର ବାସିନ୍ଦା। ସେ ଗତ ଏକ ବର୍ଷ ଧରି ଦିଲ୍ଲୀରେ ବହୁତ ସକ୍ରିୟ ଥିଲେ। ତାଙ୍କ ଗ୍ୟାଙ୍ଗର ଲୋକମାନେ ଗତ କିଛି ମାସ ମଧ୍ୟରେ ଅନେକ ଗୁଳି ବିନିମୟ କରିଛନ୍ତି। କେବଳ ଗତ ମାସରେ ସେ ପଶ୍ଚିମ ଦିଲ୍ଲୀର ଏକ କାର ଶୋ’ରୁମରେ ନିର୍ଦ୍ଦିଷ୍ଟ ଭାବେ ଗୁଳି ଚଳାଇଥିଲେ।

- Advertisement -

ବର୍ଗର କିଙ୍ଗରେ ଅମନ(ଗୁଳି ମାଡରେ ମୃତ ବ୍ୟକ୍ତି)ଙ୍କୁ ଗୁଳିମାଡ କରି ମାରିବା ପାଇଁ ସେ ଦାୟୀ ବୋଲି ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରିଥିଲା। ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲା, ରାଜୈାରୀ ଗାର୍ଡେନରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଆମ ଭାଇ ଶକ୍ତି ଦାଦାଙ୍କ ହତ୍ୟାରେ ସାମିଲ ଥିଲା। ଏହା ପ୍ରତିଶୋଧ ଥିଲା। ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ଶୀଘ୍ର ଟାର୍ଗେଟ କରାଯିବ।

ବନ୍ଦେ ଭାରତ ଖାଦ୍ୟରୁ ବାହାରିଲା ମଲା ଅସରପା, ଅଭିଯୋଗ ପରେ ଏମିତି କହିଲା ଆଇଆରସିଟିସି..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories