www.samajalive.in
Sunday, November 16, 2025
15.1 C
Bhubaneswar

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ: କହିଲେ ରାଜନୀତିରେ ଏସବୁ ହୁଏ

ଭୁବନେଶ୍ୱର: କଂଗ୍ରେସ ଭବନରେ କାଳିମାଡ। କଂଗ୍ରେସ ଭବନରେ ପଶି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ କରିଛନ୍ତି କିଛି ଅସନ୍ତୁଷ୍ଟ ଗୋଷ୍ଠୀ। ଆଜି କଂଗ୍ରେସ ଭବନରେ ବୈଠକ ଚାଲିଥିବା ବେଳେ ହଠାତ କିଛି ଯୁବକ ଭିତରକୁ ପଶି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି କାଳିମାଡ କରିଥିଲେ। ଘଟଣାକୁ ନେଇ ପିସିସି ସଭାପତିି କହିଛନ୍ତି ଛାତ୍ର ଜୀବନରୁ ରାଜନୀତିରେ ରହିଛି। ଅନେକ ଥର କାଳିମାଡ ଓ ଅଣ୍ଡାମାଡ ହୋଇଥିଲେ ମଧ୍ୟ ସେ ଏହାକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି। ରାଜନୀତିରେ ଏସବୁ ହୁଏ, ଓଡ଼ିଶା ମାଟି ପାଇଁ ଲଢେଇ କରିବି ପଛଘୁଞ୍ଚା ଦେବିନାହିଁ। ନିଜ ସମର୍ଥକଙ୍କୁ ନେଇ ଶରତ ପଟ୍ଟନାୟକ ମାଷ୍ଟରକ୍ୟାଣ୍ଟିନରୁ ରାଲିରେ ବାହାରିଛନ୍ତି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଶୌଚନୀୟ ପରାଜୟ ପାଇଁ ଯୁବ କଂଗ୍ରେସର କିଛି ଗୋଷ୍ଠୀ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories