www.samajalive.in
Friday, December 5, 2025
27.1 C
Bhubaneswar

ଟିଭିଏସ୍ ଆଣିଲା ଇଲେକ୍ଟ୍ରିକ୍ ରେସିଂ ବାଇକ୍, ଘଣ୍ଟା ପ୍ରତି ବେଗ ୨୦୦ କି.ମି.

ନୂଆଦିଲ୍ଲୀ : ଟିଭିଏସ୍ ପୁଣି ଭାରତରେ ରେସିଂ ପାଇଁ ନିଜ ଇଲେକ୍ଟ୍ରିକ୍ ସ୍ପୋର୍ଟ୍ସ ବାଇକର ପ୍ରଦର୍ଶନ କରିଛି । ଏହି ବାଇକର ନାଁ ଆପାଚେ ଆରଟିଇ । ଏହାକୁ ଟିଭିଏସ୍ କିଛି ଭାଗିଦାରୀଙ୍କ ସାହାଯ୍ୟରେ ପ୍ରସ୍ତୁତ କରିଛି । ଆପାଚେ ଆରଟିଇ ଏକ ଇଲେକ୍ଟ୍ରିକ୍ ସ୍ପୋର୍ଟ୍ସ ବାଇକ ଯାହା ୨୦୦ କି.ମି. ପ୍ରତି ଘଣ୍ଟା ସ୍ପିଡରେ ଯାତ୍ରା କରିପାରିବ । ଏଥିରେ କାର୍ବନ ଫାଇବର ଚେସିସି ବ୍ୟବହାର କରାଯାଇଛି ।

ରାସ୍ତାରେ ଉତ୍ତମ ଗ୍ରିପ୍ ପାଇଁ ଏଥିରେ ପିରେଲି ସୁପର କୋର୍ସା ଟାୟାର ବ୍ୟବହାର କରାଯାଇଛି । ପାଓ୍ବର-ଟୁ-ଓ୍ବେଟ୍ ରେସିଓ ପାଇଁ କାର୍ବନ ଫାଇବର ହ୍ବିଲ୍ ବ୍ୟବହାର କରାଯାଇଛି । ଆପାଚେ ଆରଟିଇର ପରର୍ଫମାନ୍ସ କଥା କହିବା ତ ଏହି ବାଇକ୍ ଫୁଲ ଚାର୍ଜରେ ପ୍ରାୟ ୫୦ କିଲୋମିଟର ରେଞ୍ଜ ପ୍ରଦାନ କରିବ । ଏହା ୨ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବ ।

- Advertisement -

ବର୍ତ୍ତମାନ ଟିଭିଏସ୍ ଏହି ଇଲେକ୍ଟ୍ରିକ୍ ମୋଟରସାଇକେଲକୁ ବଜାରରେ ଲଞ୍ଚ୍ କରିବାର କୌଣସି ଯୋଜନା ନାହିଁ । ଏହି ରେସ୍ ବାଇକରୁ ବହୁତ କିଛି ଶିଖିବାକୁ ମିଳିବ ଯାହା ଭବିଷ୍ୟତରେ ଇଲେକ୍ଟ୍ରିକ୍ ବାଇକ ନିର୍ମାତା କମ୍ପାନୀକୁ ସାହାଯ୍ୟ କରିବ । କହିରଖୁଛୁ ବର୍ତ୍ତମାନ ଟିଭିଏସ ପୋର୍ଟଫୋଲିଓରେ ଭାରତୀୟ ବଜାର ପାଇଁ କେବଳ ଆଇକ୍ୟୁବ୍ ଇଲେକ୍ଟ୍ରିକ୍ ସ୍କୁଟର ହିଁ ରହିଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories