www.samajalive.in
Sunday, December 7, 2025
23.1 C
Bhubaneswar

ଦୈନିକ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ଏଣିକି ଦୈନିକ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପ୍ରତିଦିନ ଅପରାହ୍ଣ ୩ଟା ରୁ ୫ଟା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ।

ବୁଧ ହେବେ ଉଦୟ ; ଏହି ୫ ରାଶିଙ୍କୁ ମିଳିବ ଧନ ହିଁ ଧନ, ଚାକିରି, ହେବ ବିବାହ..

- Advertisement -

ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ୟ୍ୟାଳୟରେ ଅପରାହ୍ନ ୩ଟା ଠାରୁ ୫ଟା ପର୍ୟ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ ଏବଂ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ।
ସୂଚନା ଯୋଗ୍ୟ ଯେ ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀ ମୋହନ ଚରଣ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖ ଦୁଃଖ ହେଉଛନ୍ତି ଏବଂ ଅଭିଯୋଗ ଗୁଡ଼ିକର ସମାଧାନ ପାଇଁ ଆଶ୍ଵାସନା ମଧ୍ୟ ଦେଉଛନ୍ତି।
ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।

ପୁଣି ବଢିଲା ସୁନା ଦାମ୍ ; ଜାଣନ୍ତୁ ୨୨ କ୍ୟାରେଟ୍ ଦାମ୍ କେତେ..

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories