www.samajalive.in
Wednesday, December 10, 2025
15.1 C
Bhubaneswar

ସପ୍ତଶଯ୍ୟାରେ ନିଖୋଜ ୫ ଛାତ୍ର ଉଦ୍ଧାର

ଢେଙ୍କାନାଳ : ସପ୍ତଶଯ୍ୟା ପାହାଡକୁ ବୁଲିବାକୁ ଯାଇ ନିଖୋଜ ହୋଇଥିବା ୫ ନିଖୋଜ ଛାତ୍ର ଉଦ୍ଧାର । ବିଳମ୍ବିତ ରାତିରେ ପୁଲିସ୍ ଏବଂ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସପ୍ତଶଯ୍ୟା ବୁଲିବାକୁ ଯାଇ ୫ ଛାତ୍ର ଅନ୍ଧାରରେ ଫସି ଯାଇଥିଲେ। ବର୍ଷା ହେବାରୁ ରାସ୍ତା ଭୁଲି ପାହାଡ ଉପରକୁ ଫେରିପାରିନଥିଲେ। ତେବେ ନିଖୋଜ ଛାତ୍ର ମାନଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।  ସମସ୍ତ ନିଖୋଜ ଛାତ୍ର କଟକର ହୋଇଥିବା ସୂଚନା ମିଳିଛି। ତେବେ ରବିବାର  କଟକ ଲିଙ୍କ୍‌‌ ରୋଡ୍‌‌ ଅଞ୍ଚଳର ଅରକ୍ଷିତ ମହାପାତ୍ର, ସୁଭମ ମହାପାତ୍ର, ହିମାଂଶୁ ଦାସ, ସୁଜିତ ସାହୁ ଓ ଲକି ଦାସ ପ୍ରଭୃତି ୫ ଛାତ୍ର ରବିବାର ସପ୍ତଶଯ୍ୟା ବୁଲିବାକୁ ଆସି ପାହାଡ ଉପରକୁ ଚଢିଥିଲେ। ଜଙ୍ଗଲରେ ବୁଲୁବୁଲୁ ସେମାନେ ବାଟବଣା ହୋଇଯାଇଥିଲେ। ସନ୍ଧ୍ୟା ପରେ ସେମାନେ ଫେରି ନ ପାରିବାରୁ ପରିବାରବର୍ଗଙ୍କୁ ମୋବାଇଲ୍‌‌ ମାଧ୍ୟମରେ ଜଣାଇଥିଲେ। ସେମାନଙ୍କ ପରିବାର ଲୋକେ ଏହି ଘଟଣା ସମ୍ପର୍କରେ ଢେଙ୍କାନାଳ ବନ ବିଭାଗକୁ ଅବଗତ କରାଇଥିଲେ। ଢେଙ୍କାନାଳ ସଦର ରେଞ୍ଜର ବିଭୁଦତ୍ତ ମିଶ୍ର ଓ ତାଙ୍କ କର୍ମଚାରୀ ଖୋଜାଖୋଜି ଚଳାଇଥିଲେ।  ଏଥିସହ ସେମାନେ ବାଟବଣା ହୋଇଥିବା ଛାତ୍ରଙ୍କ ସହ ଯୋଗାଯୋଗ ରଖିଥିଲେ।  ସପ୍ତଶଯ୍ୟା ପାହାଡ ବିସ୍ତୃତ ଅଞ୍ଚଳ ହୋଇଥିବାରୁ ସେମାନେ କେଉଁ ସ୍ଥାନରେ ରହିଛନ୍ତି ତାକୁ ଠାବ କରିବା କଷ୍ଟକର ହୋଇପଡିଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ବନ ବିଭାଗ ୫ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories