ବିଜେଡିରେ ଯୋଗଦେଲେ ରାଜକିଶୋରଙ୍କ ସହ ୫ ବିଜେପି ନେତା

0

ବଡ଼ସାହି: ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ମୟୂରଭମଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନମଣ୍ଡଳୀର ୫ ଆଶାୟୀ ପ୍ରାର୍ଥୀ ଏବଂ ନିକଟରେ ଦଳ ଛାଡ଼ିଥିବା ବିଜେପିର ବରିଷ୍ଠ ନେତା ରାଜକିଶୋର ଦାସ ସୋମବାର ସନ୍ଧ୍ୟାରେ ବିଜେଡିରେ ଯୋଗଦେଇଛନ୍ତି। ରାଜକିଶୋରଙ୍କ ବ୍ୟତୀତ ଅନ୍ୟ ବିଜେପି ନେତାମାନେ ହେଲେ ବୃନ୍ଦାବନ ଦାସ, ଯାବିନୀକାନ୍ତ ନାଏକ, ଅର୍ଜୁନ ଦଳେଇ, ମାନସ ରଞ୍ଜନ ବେହେରା ଏବଂ ଅଭିନ୍ନ ସୁନ୍ଦର ପାତ୍ର। ବୃନ୍ଦାବନ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର କୋଷାଧ୍ୟକ୍ଷ ଥିଲାବେଳେ ଗତ ରବିବାର ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେହିପରି ବିଜେପିର ମୟୂରଭଞ୍ଜ ଜିଲା ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ଯାମିନୀକାନ୍ତ ନାଏକ ଏବଂ ଜିଲା କୃଷକ ମୋର୍ଚ୍ଚା ସଭାପତି ଅର୍ଜୁନ ଦଳେଇ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜକିଶୋର ଦାସଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ଏହା ପରେ ବଡ଼ସାହିର ୫ ବିଜେପି ନେତା ସମର୍ଥକମାନଙ୍କ ସହ ନବୀନ ନିବାସକୁ ଯାଇଥିଲେ। ମୟୂରଭଞ୍ଜ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କ ନେତୃତ୍ବରେ ସେମାନେ ନବୀନ ନିବାସ ଯାଇ ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପରିଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ବଡ଼ସାହି ନିର୍ବାଚନମଣ୍ଡଳୀର ୨ଜଣ ବିଜେପି ଜିଲା ପରିଷଦ ସଦସ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି। ତେବେ ଆଜିର ମିଶ୍ରଣ ପର୍ବରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା କିମ୍ବା ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଉପସ୍ଥିତ ନ ଥିଲେ।

prayash

ଏହି ଘଟଣା ପରେ ବଡ଼ସାହି ବିଜେପିରେ ବିଦ୍ରୋହ ଆରମ୍ଭ ହୋଇଥିବା କୁହାଯାଉଛି। ଦଳୀୟ ନିଷ୍ପତ୍ତିକୁ କର୍ମୀ ଏବଂ ନେତାମାନେ ଖୋଲାଖୋଲି ବିରୋଧ କରୁଥିବାରୁ ବିଜେପି ପ୍ରତି ଆଗାମୀ ଦିନରେ ସମସ୍ୟା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେହିପରି ଏହି ଆଶାୟୀମାନଙ୍କ ମଧ୍ୟରୁ ଯଦି ବିଜେଡି କାହାକୁ ବଡ଼ସାହିରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଏ, ତା’ହେଲେ ଏଠାରେ ବିଜେଡିରେ ମଧ୍ୟ ବିଦ୍ରୋହ ଆରମ୍ଭ ହେବା ଆଶଙ୍କା ରହିଛି ବୋଲି ସାଧାରଣରେ ଆଲୋଚାନ ହେଉଛି।

kalyan agarbati
Leave A Reply