ମହାରଥୀ ଗିରଫ ହେବା ପରେ ପିପିଲିରେ ନିର୍ବାଚନ ଉପରେ କୌଣସି ପ୍ରଭାବ ପଡିବ ନାହିଁ – ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର .- ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପୁରୀ, କଟକ, ଭୁବନେଶ୍ୱର, କେନ୍ଦୁଝର. ଢେଙ୍କାନାଳ, ସମ୍ବଲପୁର ଲୋକସଭା ଆସନ ସହ ୪୨ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ମୋଟ୍ ୧୦,୪୬୪ ମତଦାନ କେନ୍ଦ୍ର ଥିବା ବେଳେ ସେଥିରୁ ୩,୧୮୬ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି , ୯୨ ଲକ୍ଷ ୫୬ ହଜାର ୯୨୨ ମତଦାତା ତାଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ନିର୍ବାଚନ ସୁପରିଚାଳନା ପାଇଁ ୫୯, ୫୦୦ ପୋଲିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ଦେଇଛନ୍ତି ।
ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲାଙ୍କର ନିଧିନ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ପାଟକୁରାରେର ନିର୍ବାଚନ ପାଇଁ ପରେ ନିର୍ବାଚନ ତାରିଖ ନିର୍ବାଚନ ଆୟୁକ୍ତ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । କେବଳ ବିଜେଡି ଏହି ଆସନ ପାଇଁ ପ୍ରାର୍ଥୀ ଦେବ , ଅନ୍ୟ ପ୍ରାର୍ଥୀମାନଙ୍କର ପ୍ରାର୍ଥୀ ପତ୍ର ନିୟମ ଅନୁସାରେ କାୟମ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ସେହପରି ପିପିଲି ବିଜେଡି ପ୍ରାର୍ଥୀ ବିଧାୟକ ପ୍ରଦୀପ ମହାରଥୀ ନିର୍ବାଚନ ଫ୍ଲାଇଂ ସ୍ୱାଡକୁ ଆକ୍ରମଣ ଅଭିଯୋଗରେ ଗିରଫ ହେବାପରେ ସେଠାରେ ନିର୍ବାଚନ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପକାଇବ ନାହିଁ , ଯଥାରୀତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।
Comments are closed.