ପୁଣି ଥରେ ଗତିପଥ ବଦଳାଉଛି ବାତ୍ୟା ‘ଦାନା’
ପୂର୍ବରୁ ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ବାତ୍ୟାର ପ୍ରଭାବ ରହିବ ବୋଲି ଆକଳନ କରାଯାଇଥିଲା..
କିନ୍ତୁ ବାତ୍ୟା ପଶ୍ଚିମବଙ୍ଗ ଯିବ ନାହିଁ
ଉପପୂଳ ଏବଂ ଉତ୍ତର ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାକୁ ମୁହାଁଇବ..
ଫଳରେ ଉତ୍ତର ଓଡ଼ିଶା ପରେ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ
ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ଯାଜପୁର ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ବାତ୍ୟାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି..
ବାତ୍ୟା ‘ଦାନା’ ; ୩ ଜିଲାରେ ହେବ ବେଶୀ ପବନ, ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ- ଆଇଏମଡି ଡିଜି..
ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନର ସତର୍କତା : ୨୪ ଓ ୨୫ ତାରିଖ ଦୁଇ ଦିନ ହବିଷ୍ୟାଳୀଙ୍କୁ ଶ୍ରୀମନ୍ଦିର ମନା, ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଭଜନ କୀର୍ତ୍ତନ ଜାରି ରଖିଛନ୍ତି ବ୍ରତଧାରୀ..
ବାତ୍ୟା ଦାନା ପାଇଁ ୪୦ଟି ବିମାନ ବାତିଲ, ଆଜି ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବା ସୂଚନା..
ବାତ୍ୟା ଦାନା ଯୋଗୁଁ ଆଜି ୧୭ଟି ଟ୍ରେନ୍ ବାତିଲ୍, ୨୭ ତାରିଖ ପର୍ଯ୍ୟନ୍ତ ମୋଟ୍ ୨୦୩ ଟ୍ରେନ୍ ବାତିଲ୍ ନେଇ ଇଷ୍ଟ କୋଷ୍ଟ ଓ ସାଉଥ୍ ଇଷ୍ଟର୍ଣ୍ଣ ରେଲଓ୍ବେ ପକ୍ଷରୁ ସୂଚନା..
ବାତ୍ୟା ‘ଦାନା’ ପ୍ରଭାବରେ ୩ ଜିଲାରେ କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପବନ ହେବ,୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ- ଆଇଏମଡି ଡିଜି..
ଲୋକସେବା ଭବନରେ ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ
୧୧ଟି ଜିଲାର ୩୮ବ୍ଲକ, ୯ଟି ପୌରାଞ୍ଚଳ ପ୍ରଭାବିତ ହୋଇପାରେ..
ମୋଟ ୧୬୫୩ଗାଁ ପ୍ରଭାବିତ ହେବା ଆକଳନ
ଏହି ସବୁ ଗାଁରୁ ୩ଲକ୍ଷ ୬୨ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି..
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ ୨୪ଘଣ୍ଟା କାର୍ଯ୍ୟ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି
‘ଜିରୋ କାଜୁଆଲିଟି’କୁ ଆଧାର କରି କାମ କରାଯାଉଛି..
ମାଡି ଆସୁଛି ବାତ୍ୟା; ଦାନା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି , ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ , ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ଓ ନୀଳଗିରିରେ ୨୩ ମିଲିମିଟର, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ..
ଏହି ଝିଅଙ୍କ ବାପାକୁ ଗିରଫ କରାଯାଉ ବୋଲି ଭିଡିଓ ଦେଖି ଏମିତି କହିଲେ ଲୋକେ..
ବାତ୍ୟା ମୁକାବିଲା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି..
୧୯ଟି ଏନଡିଆରଏଫ୍, ୫୧ ଓଡ୍ରାଫ, ୧୭୮ ଅଗ୍ନିଶମ ଟିମ୍ ପ୍ରସ୍ତୁତ
୧୦ ମିନିଟରେ ଗଛ କାଟି ରାସ୍ତା ସଫା କରିବାକୁ ବ୍ୟବସ୍ଥା ହୋଇଛି..
ଏଯାଏଁ ବିଜୁଳି କାଟ୍ ଖବର ଆସିନି, ପବନ ହେଲେ କଟିପାରେ..
ରାଜଧାନୀରେ ଚାଞ୍ଚଲ୍ୟ,ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ଭିଣୋଇ ଛୁରା ମାଡରେ ଶଳା ମୃତ..



