www.samajalive.in
Saturday, December 6, 2025
26.1 C
Bhubaneswar

ବାତ୍ୟା ‘ଦାନା’ ; ୩ ଜିଲାରେ ହେବ ବେଶୀ ପବନ, ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ- ଆଇଏମଡି ଡିଜି..

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବରେ ୩ ଜିଲାରେ ବେଶୀ ପବନ ହେବ ବୋଲି ଗୁରୁବାର କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପବନ ହେବ । ଏହି ୩ ଜିଲାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହିପାରେ । ଏବେ ପାରାଦୀପଠାରୁ ୨ ଶହ କିମି ଦୂରରେ ଅଛି ବାତ୍ୟା । ଏଠାରେ ଏବେ ପବନର ବେଗ ୯୫ରୁ ୧୦୫ କିମି ରହିଛି । କ୍ରମେ ବଢିବ, ଆଜି ରାତିରୁ କାଲି ସକାଳ ଯାଏଁ ବେଶୀ ପବନ ବହିବ । ଖୋର୍ଦ୍ଧା, ପୁରୀ, ମୟୁରଭଞ୍ଜରେ ୬୦ ରୁ ୮୦ କିମି ପବନ ବହିବ ।
ବାତ୍ୟା ‘ଦାନା’କୁ ନେଇ ଆଇଏମଡି ଡିଜିଙ୍କ ପକ୍ଷରୁ ବଡ ସୂଚନା ମିଳିଛି । ଆଜି ରାତିରୁ କାଲି ପୂର୍ବାହ୍ନ ଯାଏଁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବ ।

୨୯ ଅକ୍ଟୋବର ଧନତେରସରେ ଲକ୍ଷ୍ମୀ-ନାରାୟଣ ଯୋଗ; ବୁଧ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ବଢିବ ଧନ, ହେବ ବିବାହ,ଚାକିରି..

- Advertisement -

ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଉପକୂଳରେ ଜୁଆର ଆସିବ । ଉକ୍ତ ୩ ଜିଲାରେ ୧ ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଜଗତସିଂହପୁର ଜିଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଉକ୍ତ ଜିଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡିଯିବ । ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ ।

ଏହି ଝିଅଙ୍କ ବାପାକୁ ଗିରଫ କରାଯାଉ ବୋଲି ଭିଡିଓ ଦେଖି ଏମିତି କହିଲେ ଲୋକେ..

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories