www.samajalive.in
Saturday, December 6, 2025
23.1 C
Bhubaneswar

୨୯ ଅକ୍ଟୋବର ଧନତେରସରେ ଲକ୍ଷ୍ମୀ-ନାରାୟଣ ଯୋଗ; ବୁଧ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ବଢିବ ଧନ, ହେବ ବିବାହ,ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଧନତେରସର ପର୍ବ ଖୁବ୍‌ ଶୁଭଙ୍କର । ୨୯ ଅକ୍ଟୋବର ଅର୍ଥାତ୍‌ ଧନତେରସରେ ଗ୍ରହଙ୍କ ରାଜକୁମାର ବିଛା ରାଶିରେ ପ୍ରବେଶ କରିବେ । ଏହି ରାଶିରେ ପ୍ରବେଶ କରିବା ପରେ ବୁଧ,ଶୁକ୍ର ଏକାଠି ହୋଇ ଲକ୍ଷ୍ମୀ-ନାରାୟଣ ଯୋଗ ସୃଷ୍ଟି ହେବ । ବୁଧଙ୍କ ଚଳନ ପରେ ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ମାତ୍ର ୪ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

ବାତ୍ୟା ‘ଦାନା’; ରାଜଧାନୀରେ ପ୍ରବଳ ବର୍ଷିବ..

- Advertisement -

ମିଥୁନ – ବୁଧଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ହେବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ନୂଆ କାମର ଯୋଗ ରହିଛି । ଧନ ଲାଭର ଯୋଗ ରହିଛି । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ସହ ଆର୍ଥିକ ସ୍ଥିତି ମଜଭୁତ ହେବ । ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ବାହନର ସୁଖ ପ୍ରାପ୍ତି ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିଛି । ଚାକିରିରେ ପଦନ୍ନୋତି ହେବ ।

ରାଜଧାନୀରେ ଚାଞ୍ଚଲ୍ୟ; ଭିଣୋଇ ଛୁରା ମାଡରେ ଶଳା ମୃତ

ତୁଳା – ଏହି ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଉନ୍ନତି କରିବେ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହେବ । ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ଅବିବାହିତ ଯୁବକ ଯୁବତୀଙ୍କର ବିବାହ ସ୍ଥିର ହେବ । ବ୍ୟବସାୟୀ ଲାଭବାନ୍‌ ହେବେ ।

ବାତ୍ୟା ‘ଦାନା’ ପ୍ରଭାବ; ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ଚାକିରିି ସମସ୍ୟା ଦୂର ହେବ । ମନପସନ୍ଦର ଚାକିରି ମିଳିବାର ଯୋଗ ରହିଛି ।

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories