www.samajalive.in
Sunday, December 7, 2025
26.1 C
Bhubaneswar

ଜୁଲାଇ ୨୪ରେ +୩ ଓ ଅଗଷ୍ଟ ୨୦ ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ଵର : ଜୁଲାଇ ୨୪ରେ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା  ଓ ଅଗଷ୍ଟ ୨୦ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ।

ସୂଚନାଅନୁସାରେ ବୁଧବାର ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ୧୧ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ରେ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି କହିଛନ୍ତି। ଏଥିସହ ଆସନ୍ତା ନଭେମ୍ବର ମାସରୁ ପିଜି କ୍ଲାସ ଆରମ୍ଭ ହେବ। ଏହାଛଡ଼ା ସେପ୍ଟେମ୍ବର ଓ ଅକ୍ଟୋବର ମାସ ଭିତରେ ପିଜି ପ୍ରବେଶିକା ପରୀକ୍ଷା ହୋଇ ନୂଆ ପିଲାଙ୍କ ଆଡମିସନ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

- Advertisement -

ଆଜିର ଆଲୋଚନା ପରେ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ଵବିଦ୍ୟାଳୟ ଏବଂ ଅଟୋନୋମୋସ କଲେଜଗୁଡ଼ିକରେ ଆସନ୍ତାକାଲି ଠାରୁ ଅଫିସ ଖୋଲା କରିବାକୁ ନିର୍ଦେଶ ଦେଇଛି ।୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆସନ୍ତାକାଲିଠାରୁ ବିଶ୍ୱବିଦ୍ୟାଳୟ ଓ ଅଟୋନୋମୋସ କଲେଜଗୁଡ଼ିକରେ କାମ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ କୋଭିଡ଼-୧୯ ଗାଇଡ଼ଲାଇନ ଅନୁସାରେ ଏସମସ୍ତ ନିଷ୍ପତ୍ତି ନିଆଯାଉଛି।

ସୂଚନାଯୋଗ୍ୟ ଲକ୍ ଡାଉନ କାରଣରୁ ଏବେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିଛି। ଫଳରେ ଫାଇନାଲ ସେମିଷ୍ଟାର ପିଲାଙ୍କର ପରୀକ୍ଷା ମଧ୍ୟ ବାକି ପଡ଼ିଛି। ତେଣୁ ଲକଡାଉନ୍ ଖୋଲିବା ପରେ ଏହି ଦୁଇ ତାରିଖରୁ ପରୀକ୍ଷା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories