ସଡକ ଦୁର୍ଘଟଣାରେ ୩ ଡାକ୍ତର ମୃତ, ୪ ଆହତ

0

ମଥୁରା : ଯମୁନା ଏକ୍ସପ୍ରେସ୍‌ର ମଥୁରା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏମ୍ସର ୩ ଜଣ ଡାକ୍ତର ପ୍ରାଣ ହରାଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ମୃତ ସମସ୍ତ ଡାକ୍ତର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ର ।

ସୂଚନା ଅନୁସାରେ ଡାକ୍ତରଙ୍କ ସମେତ ୭ ଜଣ ଏକ କାର ଯୋଗେ ଦିଲ୍ଲୀରୁ ଆଗ୍ରା ଯାଉଥିଲେ । ମଥୁରା ନିକଟରେ ତାଙ୍କ କାର ଭାରସାମ୍ୟ ହରାଇ ଏକ କଣ୍ଟେନରକୁ ପଛରୁ ଧକ୍କା ଦେଇଥିଲା । ଏଥିରେ ମହାରାଷ୍ଟ୍ରର ହର୍ଷଦ (୩୫), ହରିୟାଣାର ହେମବାଲା (୨୫), ଚଣ୍ଡିଗଡ଼ର ଯଶପ୍ରୀତ (୨୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶର ଜିତେନ୍ଦ୍ର, ବିହାରର ମହେଶ, ତ୍ରିପୁରାର କେଫାମିନ ଏବଂ ଅଭିନବ ଆହତ ହୋଇଛନ୍ତି । ସମସ୍ତ ଡାକ୍ତର ଆଗ୍ରାରେ ଏକ ଜନ୍ମଦିନ ଉତ୍ସବକୁ ଯାଉଥିଲା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

Leave A Reply