www.samajalive.in
Sunday, December 7, 2025
23.1 C
Bhubaneswar

‘ୟେ ରିସ୍ତା କ୍ୟା କେହଲାତା ହୈ’ର ଶୁଟିଂ ସେଟରେ କରୋନା: ୩ କଳାକାର ସଂକ୍ରମିତ, ଶୁଟିଂ ବନ୍ଦ

ମୁମ୍ବଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ଶୁଟିଂ ସେଟରେ ପହଞ୍ଚିଛି ମହାମାରୀ କରୋନା। ଧାରାବାହିକର ୩ କଳାକାର ଓ କିଛି ଟେକ୍ନିସିଆନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଅଭିନେତା ସଚିତ ତ୍ୟାଗୀ, ସମୀର ଓଙ୍କାର ଓ ଶ୍ୱାତୀ ଚିତନିସଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏହାପରେ ଶୋ’ର ଶୁଟିଂକୁ ବନ୍ଦ କରି ଦିଆଯାଇଛି।

ଶୋ’ରେ କାର୍ତ୍ତିକଙ୍କ ପିତା ଭୂମିକାରେ ଅଭିନୟ କରୁଥିବା ସଚିନ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ, ‘ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଆମେ ବହୁତ ସତର୍କତାର ସହ ଶୁଟିଂ କରୁଥିଲୁ, ତଥାପି କରୋନା ସଂକ୍ରମିତ ହୋଇଗଲୁ । କିନ୍ତୁ ସମସ୍ତ ଘଟଣାକୁ ସକରାତ୍ମକ ଭାବେ ଗ୍ରହଣ କରିବା ଉଚିତ୍ । ମୋର କୌଣସି ଲକ୍ଷଣ ନଥିଲା, କିନ୍ତୁ ଠିକ୍ ସମୟରେ ମୁଁ ଟେଷ୍ଟ କରାଇଦେଲି’।

- Advertisement -

ସେହିପରି ଅନ୍ୟ ୨ କଳାକାର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ଶୋ’ର ପ୍ରଯୋଜକ ରାଜ ଶାଦୀ କହିଛନ୍ତି ଯେ, କରୋନା ସଂକ୍ରମିତ ହେବା ପରେ ୩ କଳାକାର ବର୍ତ୍ତମାନ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି। ଆମ ଟିମ୍‍ର ୪ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପୂରା ଟିମ୍‍କୁ ଆଇସୋଲେଟ୍‍ କରାଯାଇଛି।

 

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories