www.samajalive.in
Monday, December 15, 2025
24.1 C
Bhubaneswar

ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ରାଜ୍ୟ ରାଜ୍ୟ ବୁଲି ନିର୍ବାଚନ ପ୍ରଚାର ଚଳାଇଛନ୍ତି। ଏହି ପର୍ଯ୍ୟାୟରେ ଆସନ୍ତା ଗୁରୁବାର ଦିନ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୭ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେଥିମଧ୍ୟରୁ ତାମିଲ୍‍ନାଡ଼ୁର ସମସ୍ତ ୩୯ଟିଯାକ ନିର୍ବାଚନ ମଣ୍ଡଳୀ, କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି ଲେଖାଏଁ, ଜାମ୍ମୁ-କାଶ୍ମୀରର ୨ଟି ଏବଂ ମଣିପୁର, ତ୍ରିପୁରା ଓ ପୁଦୁଚେରୀର ଗୋଟିଏ ଲେଖାଏଁ ଆସନ ରହିଛି।

ରାଉରକେଲାଠାରେ ଏକ ନିର୍ବାଚନ ର‍୍ୟାଲିରେ ଉଦ୍‍ବୋଧନ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବି.ଜେ.ପି. ଆତଙ୍କବାଦୀଙ୍କୁ ଆଦୌ ବରଦାସ୍ତ କରୁ ନ ଥିବାବେଳେ କଂଗ୍ରେସ ଓ ବି.ଜେ.ଡି. ଆତଙ୍କବାଦ ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି। ଗୁଜରାତ୍‍ର ଗିର୍‍ ସୋମନାଥଠାରେ ନିର୍ବାଚନ ପ୍ରଚାର ସମୟରେ ବି.ଜେ.ପି. ସଭାପତି ଅମିତ୍‍ ଶାହା କହିଛନ୍ତି, ବି.ଜେ.ପି. ନେତ୍ରୀ ଜୟପ୍ରଦାଙ୍କ ପ୍ରତି ଦିଆଯାଇଥିବା ମନ୍ତବ୍ୟ ପାଇଁ କେବଳ ଆଜମ୍‍ ଖାଁ ନୁହନ୍ତି, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟ ଦେଶର କୋଟି କୋଟି ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ। କଂଗ୍ରେସ ସଭାପତି ରାହୁଲ୍‍ ଗାନ୍ଧି ଗୁଜରାତ୍‍ର ଭାବନଗରଠାରେ ଏକ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେଇଛନ୍ତି। ପୂର୍ବରୁ ଶ୍ରୀ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା ଉତ୍ତର ପ୍ରଦେଶର ଫତେପୁର ସିକ୍ରିଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇଥିଲେ। ବି.ଜେ.ପି. ନେତା ରାଜନାଥ ସିଂ, ମହେଶ ଶର୍ମା ଓ ଅନ୍ୟମାନେ ମଥୁରା, ଫତେପୁର ସିକ୍ରି, ବଦାୟୁଁ ଓ ରାମପୁର ସମେତ ରାଜ୍ୟର ବିଭିନ୍ନ ଭାଗରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍‍ବୋଧନ ଦେଇଛନ୍ତି। ବି.ଏସ୍‍.ପି. ମୁଖ୍ୟ ମାୟାବତୀ ଆଲିଗଡ଼ଠାରେ ଏକ ସଭାରେ ଉଦ୍‍ବୋଧନ ଦେଇଥିବାବେଳେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମୋରାଦାବାଦଠାରେ ନିର୍ବାଚନ ପ୍ରଚାର କରିଛନ୍ତି।

- Advertisement -

ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ଜାରି ହେବ। ଏହି ପର୍ଯ୍ୟାୟରେ ମେ ମାସ ୧୨ ତାରିଖରେ ମତଦାନ ହେବ। ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ଭୋଟ୍‍ ନିଆଯିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories