୨୦୧୭-୧୮ରେ ସରକାରୀ ବ୍ୟାଙ୍କ କ୍ଷତି ୮୫,୩୭୦ କୋଟି

0

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କଗୁଡ଼ିକ ୨୦୧୭-୧୮ ବର୍ଷରେ ମୋଟ ୮୫,୩୭୦ କୋଟି ଟଙ୍କା କ୍ଷତି ସହିଛନ୍ତି। ଏହା ମଧ୍ୟରେ ସର୍ବାଧିକ କ୍ଷତି ଠକେଇରେ ପଡିଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ର ୧୨,୨୮୩ କୋଟି ଟଙ୍କା ରହିଛି। ବ୍ୟାଙ୍କ ଦ୍ୱାରା ଜାରି ତ୍ରୟମାସ ପରିସଂଖ୍ୟାନ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ୨୧ ସରକାରୀ ବ୍ୟାଙ୍କରୁ ୧୯ ବ୍ୟାଙ୍କ କ୍ଷତି ସହିଛନ୍ତି ।  ଇଣ୍ଡିଆନ ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କକୁ ଛାଡ଼ି ଅନ୍ୟ ୧୯ ବ୍ୟାଙ୍କର ସୁଧ ଓ ମୂଳ ମିଶାଇ ୮୭,୩୫୭ କୋଟି ଟଙ୍କା କ୍ଷତି ଘଟିଛି । ଇଣ୍ଡିଆନ ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କ ଏହି ଆର୍ଥିକ ବର୍ଷରେ ମୋଟ ୧୯୮୬.୦୧ କୋଟି ଟଙ୍କା ଲାଭ କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କ ୧,୨୫୮.୯୯ କୋଟି ଟଙ୍କା ଏବଂ ବିଜୟା ବ୍ୟାଙ୍କ ୭୨୭.୦୨ କୋଟି ଟଙ୍କା ଲାଭ କରିଛନ୍ତି। ଇଣ୍ଡିଆନ ବ୍ୟାଙ୍କର ଏହା ସର୍ବକାଳୀନ ଲାଭ। ୨୦୧୬-୧୭ ଆର୍ଥିକ ବର୍ଷରେ ୨୧ ସରକାରୀ ବ୍ୟାଙ୍କ ମୋଟ ୪୭୩.୭୨ କୋଟି ଟଙ୍କା ଲାଭ କରିଥିଲେ। ପିଏନ୍‍ବି ପରେ ଆଇଟିବିଆଇ ବ୍ୟାଙ୍କ ଦ୍ୱିତୀୟ ସର୍ବାଧିକ କ୍ଷତି ସହିଛି। ଆଇଟିବିଆଇ ବ୍ୟାଙ୍କ ୨୦୧୬-୧୭ ଆର୍ଥିକ ବର୍ଷରେ ୫,୧୫୮.୧୪ କୋଟି ଟଙ୍କା କ୍ଷତି ସହିଥିଲା ବେଳେ ୨୦୧୭-୧୮ରେ କ୍ଷତି ପରିମାଣ ବୃଦ୍ଧି ପାଇ ୮,୨୩୭.୯୩ କୋଟି ଟଙ୍କାରେ ପହଞ୍ଚିଛି। ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ ୨୦୧୭-୧୮ରେ ୬,୫୪୭.୪୫ କୋଟି ଟଙ୍କା କ୍ଷତି ସହିଛି। ତେବେ ୨୦୧୬-୧୭ରେ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ (ଏସ୍‍ବିଆଇ) ୧୦,୪୮୪.୧ କୋଟି ଟଙ୍କା ଲାଭ କରିଥିଲା। ପିଏନ୍‍ବିର ବହୁ କୋଟି ଟଙ୍କା ଠକେଇର ପ୍ରଭାବ ଅନ୍ୟ ବ୍ୟାଙ୍କର ବେପାର ଉପରେ ପଡିଛି। ଫଳରେ ଅନେକ ବ୍ୟାଙ୍କ ଏହି ଆର୍ଥିକ ବର୍ଷରେ କ୍ଷତି ସହିଛନ୍ତି ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Leave A Reply