www.samajalive.in
Saturday, December 6, 2025
14.1 C
Bhubaneswar

ସେପ୍ଟେମ୍ବର ୧୦ରୁ ୨୭ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଇ-ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ନାମଲେଖାରେ ଭାଗ ନେଇପାରିନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ନାମଲେଖା ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି । ସଂପୃକ୍ତ ଛାତ୍ରଛାତ୍ରୀମାନେ ଚଳିତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ମଧ୍ୟରେ ପୁନର୍ବାର ଆବେଦନ କରିପାରିବେ । ଇଚ୍ଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକମାନେwww.samsodisha.gov.inରେ ଲଗ୍‌ଇନ୍‌ କରି ସଂପୂର୍ଣ୍ଣ ବିବରଣୀ ଜାଣିପାରିବେ ବୋଲି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories