www.samajalive.in
Saturday, December 6, 2025
14.1 C
Bhubaneswar

ରାଜଧାନୀରେ ଖୋଲିଲା ‘ଶୱର୍ମା ହଟ୍‌’, ଖାଦ୍ୟ ପ୍ରେମୀଙ୍କ ପାଇଁ ଆଣିଦେବ ନୂଆ ଅନୁଭୂତି

ଭୁବନେଶ୍ୱର : କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଫୁଡ଼୍ କୋର୍ଟରେ ‘ଶୱର୍ମା ହଟ୍‌’ ଫୁଡ଼୍ ଆଉଟ୍‌ଲେଟ୍ ଉଦ୍‌ଘାଟିତ ହୋଇଯାଇଛି। ଏଠାରେ ଖୋଲା ହୋଇଥିବା ଫୁଡ଼୍ ଆଉଟ୍‌ଲେଟ୍ ଖାଦ୍ୟ ପ୍ରେମୀଙ୍କୁ ନୂଆ ଅନୁଭୂତି ଆଣିଦେବ। ଏଠାକୁ ବୁଲି ଆସୁଥିବା ଗ୍ରାହକମାନେ ମନ ପସନ୍ଦର ଖାଦ୍ୟ ଖାଇପାରିବେ। ଆଉଟ୍‌ଲେଟ୍‌ରେ ଖାଦ୍ୟର ଗୁଣାବତ୍ତା, ହାଇଜେନିକ୍ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଏଠାରେ ଶୱର୍ମା ରୋଲ, ସାଣ୍ଡୱିଚ୍‌, ମକଟେଲ୍‌, ସ୍ୱତନ୍ତ୍ର ଶୱର୍ମା ଥାଳି, ଆରୋବିକ୍ ପନିର୍‌, ଶୱର୍ମା ସାଲାଡ଼୍‌, ପ୍ଲାଟର, ବକେଟ୍ ଶୱର୍ମା, ଜମ୍ବୋ ଶୱର୍ମା, ମିଲ୍ ଶୱର୍ମା, ମିଲ୍ସ ସହ ୧୦୦ ରୁ ଉର୍ଦ୍ଧ୍ୱ ଖାଦ୍ୟ ମିଳିବ ବୋଲି ସ୍ବତ୍ତାଧିକାରୀ ଦୀପ୍‌ଶିଖା ସାହୁ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ ‘ଶୱର୍ମା ହଟ୍‌’କୁ ଉଦ୍‌ଘାଟନ କରି କହିଛନ୍ତି ଯେ ଭୁବନେଶ୍ୱରକୁ ପ୍ରତିଦିନ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ସେହି ଅନୁଯାୟୀ ଖାଦ୍ୟର ଅନେକ ଚାହିଦା ବଢିଛି। ଏହି ଫୁଡ ଆଉଟ୍‌ଲେଟ୍‌ରେ ଲୋକମାନଙ୍କ ଚାହିଦା ପୂରଣ ସହ ନୂତନ ବ୍ୟଞ୍ଜନ ସ୍ୱାଦ ଚାଖିପାରିବେ। ଏହି ଆଉଟ୍‌ଲେଟ୍ ସ୍ବତ୍ତ୍ବାଧିକାରୀ ହରି ପ୍ରସାଦ ପଣ୍ଡା କହିଛନ୍ତି ଯେ ସାରା ଭାରତରେ ‘ଶୱର୍ମା ହଟ୍‌’ର ୧୦୦ରୁ ଉର୍ଦ୍ଧ୍ୱ ଆଉଟଲେଟ୍ ରହିଛି। ଭୁବନେଶ୍ୱରରେ ଏହା ପ୍ରଥମ ଥର ଲାଗି ଖୋଲାଯାଇଛି। ଏଥିପାଇଁ ହାଇଦ୍ରାବାଦରୁ ସ୍ୱତନ୍ତ୍ର ସେଫ୍ ଅଣାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମଲ୍‌ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ, ଜେନେରାଲ ମ୍ୟାନେଜର କ୍ରିଷ୍ଣେନ୍ଦୁ ପଣ୍ଡିତ ଓ ମଲ୍‌’ର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories