www.samajalive.in
Monday, December 15, 2025
24.1 C
Bhubaneswar

ଜମ୍ମୁ କାଶ୍ମୀରର ଦେବସରରେ ୨ ଆତଙ୍କି ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଦେବସର ଅଞ୍ଚଳରେ ଭାରତୀୟ ନିରାପତ୍ତା ବାହିନୀର କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ବୁଧବାର ଦିନ ଆତଙ୍କିଙ୍କ ଆକ୍ରମଣରେ ଜଣେ ଭାରତୀୟ ଯବାନ ପ୍ରାଣ ହରାଇବା ସହିତ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନରେ ଏହି ଘଟଣା ଘଟିଛି । ସେନା ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ନିହତ ଦୁଇ ଆତଙ୍କବାଦୀ ଲସ୍କର ଇ ତଇବାର ସଦସ୍ୟ ବୋଲି ଜଣାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ପ୍ରଦେଶର ଜଣେ ପ୍ରବାସୀ ଶ୍ରମିକଙ୍କୁ ପୁଲୱାମାରେ ଗୁଳିମାରି ହତ୍ୟା କରିଥିଲା । ଦୁଇ ସପ୍ତାହ ମଧ୍ୟରେ କାଶ୍ମୀର ଉପତ୍ୟକାରେ ୧୫ ଜଣ ଆତଙ୍କବାଦୀ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଲେଣି । ନିହତ ଆତଙ୍କି ଆଦିଲ ୱାନି ଉତ୍ତର ପ୍ରଦେଶ ସାହାରାନପୁରର ଜଣେ ବଢେଇ ସାକିର ୱାନିଙ୍କୁ ଗୁଳିକରି ହତ୍ୟା କରିଥିଲା । ସୂଚନାଯୋଗ୍ୟ ଯେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀ କାର୍ଯ୍ୟକଳାପ ହଠାତ ବୃଦ୍ଧି ପାଇଥିବାବେଳେ କେବଳ ଅକ୍ଟୋବର ମାସରେ ଆତଙ୍କି ଆକ୍ରମଣରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଲେଣି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories