www.samajalive.in
Sunday, December 14, 2025
15.1 C
Bhubaneswar

ଜିତନ୍‌ ରାମ ମାଞ୍ଝିଙ୍କ ଅଭିଯୋଗ, ଜାଲ୍‌ ଜାତିଗତ ପ୍ରମାଣପତ୍ରରେ ଜିତିଛନ୍ତି ୫ ସାଂସଦ

ନୂଆଦିଲ୍ଲୀ: ଜାଲ୍‌ ଜାତିଗତ ପ୍ରମାଣପତ୍ର ମାଧ୍ୟମରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ୫ ସଦସ୍ୟ। ସମସ୍ତେ ନିଜକୁ ଅନୁସୂଚିତ ଜାତି ବର୍ଗର ବୋଲି ଦର୍ଶାଇଛନ୍ତି। ଜଣଙ୍କ ବିରୋଧରେ ଏବେ ମାମଲା ବିଚାରାଧୀନ ଥିବାବେଳେ ଅନ୍ୟ ୪ ଜଣ ସାମ୍ନାକୁ ଆସି ନାହାନ୍ତି। ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‌ ରାମ ମାଞ୍ଝି। ସେ ଏହି ପାଞ୍ଚ ଜଣଙ୍କ ନାମ ପ୍ରକାଶ କରିଛନ୍ତି। ସେମାନେ ହେଉଛନ୍ତି ମହାରାଷ୍ଟ୍ରର ସ୍ବାଧୀନ ସାଂସଦ ନବନୀତ ରାଣା, କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ବିଜେପି ନେତା ଏସ୍‌.ପି ସିଂହ ବଘେଲ, ବିଜେପି ସଦସ୍ୟ ଜୟ ସିଦ୍ଧେଶ୍ବର ମହାସ୍ବାମୀଜୀ, କଂଗ୍ରେସର ମହମ୍ମଦ ସାଦିକି ଓ ତୃଣମୂଳ କଂଗ୍ରେସର ଅପରୂପା ପୋଦ୍ଦାର।

ଏମାନେ ସଂରକ୍ଷିତ ଆସନରୁ ନିର୍ବାଚିତ ହୋଇଛନ୍ତି। ଏ ସଂକ୍ରାନ୍ତ ମାମଲାରେ ନବନୀତଙ୍କ ବିରୋଧରେ ବମ୍ବେ ଉଚ୍ଚ ନ୍ୟାୟାଳୟ ରାୟ ଦେଇଥିବାବେଳେ ସେ ଏହା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଧର୍ମ ନିରପେକ୍ଷ) ମୁଖ୍ୟ ମାଞ୍ଝି ଏହି ଜାଲିଆତିର ତଦନ୍ତ ପାଇଁ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ସଂକ୍ରାନ୍ତ କେତେକ ପ୍ରମାଣ ମଧ୍ୟ ଉପସ୍ଥାପନ କରିଛନ୍ତି। ମାଞ୍ଝିଙ୍କ ଅଭିଯୋଗ ଉପରେ ସମ୍ପୃକ୍ତ ୫ ସାଂସଦ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। କେବଳ ସେତିକି ନୁହେଁ; ଦଳିତଙ୍କ ପାଇଁ ଚାକିରି କ୍ଷେତ୍ରରେ ସଂରକ୍ଷିତ ପଦ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତ ଅନ୍ୟ ଉଚ୍ଚ ଜାତିର ପ୍ରାର୍ଥୀ ଜାଲ୍‌ ପ୍ରମାଣପତ୍ର ଦ୍ବାରା ଦଖଲ କରୁଥିବାବେଳେ ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ସମାନ ଜାଲିଆତି ହେଉଥିବା ସେ ଅଭିଯୋଗ କରିଛନ୍ତି।

- Advertisement -

ମାଞ୍ଝି କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେଠାରେ ଶାନ୍ତିରକ୍ଷା ସହ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସରକାରଙ୍କ ପ୍ରୟାସ କୌଣସିଠାରେ ଦୃଶ୍ୟମାନ ହେଉ ନାହିଁ। ରାଜ୍ୟ ବାହାରର ଗରିବ ଲୋକଙ୍କୁ ଆତଙ୍କବାଦୀ ହତ୍ୟା କରୁଥିବାବେଳେ ପ୍ରଧାନମନ୍ତ୍ରୀ ନିରବ ରହିବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ମହର୍ଷି ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ସେ ଭଗବାନ ରାମଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories