www.samajalive.in
Monday, December 15, 2025
24.1 C
Bhubaneswar

+୨ ପରୀକ୍ଷା ଆଜିଠୁ

ଭୁବନେଶ୍ବର : ଆଜିଠୁ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଶୃଙ୍ଖଳିତ ଭାବେ ସାରିବା ଓ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ପ୍ରଥମ ଦିନ ବିଜ୍ଞାନ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କର ମାତୃଭାଷା ଓଡ଼ିଆ(ଏମ୍‌ଆଇଏଲ୍‌)ପରୀକ୍ଷା ହେବ। ପରୀକ୍ଷା ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିବ।

ପ୍ରଶ୍ନପତ୍ରଗୁଡ଼ିକୁ ରାଜ୍ୟରେ ଥିବା ୨୦୨ଟି ହବ୍‌ରୁ ନିଆଯାଇ ସକାଳ ୯ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯିବ। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଓ ହବ୍ ଅବଜର୍ଭର ଓ ଜିଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ। ପରୀକ୍ଷା ହଲ୍‌କୁ ସିଲ୍ଡ କଭର୍‌ରେ ପ୍ରଶ୍ନପତ୍ର ୯ଟା୫୫ ସୁଦ୍ଧା ପହଞ୍ଚାଯିବ। ୧୦ଟା ସମୟରେ ପ୍ରଶ୍ନପତ୍ର ବିତରଣ କରାଯିବ। ଯଦି ପ୍ରଶ୍ନପତ୍ର ବଳିବ ତାକୁ ସିଲ୍‌ କରି ବନ୍ଦ ଲଫାପାରେ ରଖାଯିବ। ୧୦ଟା ୩୦ ମିନିଟ୍ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ ଭିତରକୁ ଛଡ଼ାଯିବ ନାହିଁ।

- Advertisement -

ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ପାଇଁ ମୋଟ ୩ ଲକ୍ଷ ୫୦ ହଜାର ୮ ଶହ
ବିଦ୍ୟାର୍ଥୀ ପରୀକ୍ଷା ଦେବେ। ଚଳିତ ବର୍ଷ ୧୬୨୮ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ୧୧୪୩ କେନ୍ଦ୍ରରେ ପରୀକ୍ଷା ଦେବେ। ଚଳିତ ବର୍ଷ କପି ରୋକିବା କାର୍ଯ୍ୟରେ ତ୍ରିସ୍ତରୀୟ ସ୍କ୍ବାର୍ଡ ନିୟୋଜିତ ହେବେ। ଏହା ବ୍ୟତୀତ ଜିଲା ପ୍ରଶାସନ, ଅବଜରଭର ଓ ଅନ୍ୟ ଅଧିକାରୀ କପି ରୋକିବା କାର୍ଯ୍ୟରେ ସାମିଲ ହେବେ।

ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ ମେମ୍ବର, ଜିଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବାକୁ କଡ଼ା ନିୟମ କରାଯାଇଛି। ପରୀକ୍ଷାର୍ଥୀ ପରୀକ୍ଷା ଅଧାରୁ ଯିବାକୁ ଚାହିଁଲେ ବାହାରକୁ ପ୍ରଶ୍ନପତ୍ର ନେଇପାରିବେ ନାହିଁ । ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ଥିବା ଅଧ୍ୟାପକଙ୍କ ନିକଟରେ ଦାଖଲ କରିବେ। ବିଦ୍ୟାର୍ଥୀଙ୍କୁ ଦୁଇ ପର୍ଯ୍ୟାୟରେ ଗେଟ୍‌ରେ ଯାଞ୍ଚ କରାଯିବ। କପି ଭଳି କୌଣସି ଆପତ୍ତିଜନକ ଜିନିଷ ଅଛି କି ନାହିଁ ତାକୁ ପ୍ରାଥମିକ ଭାବେ ଯାଞ୍ଚ କରାଯିବା। ଦ୍ବିତୀୟ ପର୍ଯ୍ୟାୟରେ ଆଡମିଟ୍‌ କାର୍ଡ ଯାଞ୍ଚ କରିବାକୁ ପରିଷଦ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ନିର୍ଦେଶ ଦିଆଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories