www.samajalive.in
Monday, December 15, 2025
14.1 C
Bhubaneswar

ବୟସ୍କଙ୍କ ସାଥି ସ୍ମାର୍ଟଫୋନ୍

ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବା ଏହି ସ୍ମାର୍ଟଫୋନ୍ ବୟସ୍କପିଢ଼ିଙ୍କର ନିତିଦିନିଆ ସାଥି ହୋଇଯାଇଛି କହିଲେ ଚଳେ। ଯଦିଓ ଯୁବବର୍ଗ ପରି ସେମାନେ ଏହି ଯନ୍ତ୍ରର ବ୍ୟବହାରରେ ଏତେ ପାରଙ୍ଗମ ନୁହନ୍ତି, କିନ୍ତୁ ସବୁକିଛି ଶିଖିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି। ‘ମ୍ୟାଗ୍‌ନିଫାଇଙ୍ଗ୍‌ ଗ୍ଲାସ୍ ଆପ୍ଲିକେସନ୍‌’କୁ ନେଇ ବୟସ୍କପିଢ଼ି ନିଜ ଖୁସି ବ୍ୟକ୍ତ କରିଛନ୍ତି। ଅନେକ ସମୟରେ ଇ-ମେଲ୍‌ରେ ଲେଖାଥିବା ଛୋଟ ଅକ୍ଷରକୁ ପଢ଼ିବା ଆଦୌ ସହଜ ହୋଇନଥାଏ। ଏହି ଆପ୍‌ ସେଥିନିମନ୍ତେ ପୂର୍ଣ୍ଣ ସହାୟତା କରୁଥିବାର ବୟସ୍କ ବର୍ଗଙ୍କ ମତ। ନୋଏଡା ନିବାସୀ ୬୫ବର୍ଷୀୟ ଅଭିଶଙ୍କର ଦେ କହିଛନ୍ତି, ଆଜିକାଲି ସେ ଘରକୁ ଖବରକାଗଜ ମଗାଉନାହାନ୍ତି। ବରଂ ଦୈନିକ ସକାଳେ ଇଣ୍ଟରନେଟ୍‌ ଜରିଆରେ ଖବରକାଗଜ ପଢ଼ୁଛନ୍ତି। ଅନେକ ସମୟରେ ଏଥିରେ ଲେଖାଥିବା ଛୋଟ ଅକ୍ଷରକୁ ପଢ଼ିବା ସମ୍ଭବପର ହେଉନଥିଲା। ତାଙ୍କ ପୁଅ ଏଇ ମ୍ୟାଗ୍‌ନିଫାଇଙ୍ଗ୍‌ ଆପ୍ ସମ୍ପର୍କରେ ଅବଗତ କରାଇଥିଲା।
• ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ ଏହି ଆପ୍ଲିକେସନ୍ ସହାୟତା ଯୋଗାଇଥାଏ। ପ୍ରତି କ୍ଷେତ୍ରରେ ଏଭଳି ଆପ୍‌ଗୁଡ଼ିକ ସହାୟତା ଯୋଗାଉଛି।
• ୫୯%ରୁ ଅଧିକ ବୟସ୍କ ଲୋକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବାର ଏକ ଆମେରିକୀୟ ଜର୍ଣ୍ଣାଲରେ ପ୍ରକାଶିତ। ୭୦ ବର୍ଷୀୟା ସଂଯୁକ୍ତା କହିଛନ୍ତି, ଆଜିର ସମୟରେ ପିଲାମାନେ ବିଦେଶରେ ରହିଲେ ମଧ୍ୟ ଦୂରତା ଅନୁଭବ କରିହେଉନାହିଁ। ଯେଉଁ ମୁହୂର୍ତ୍ତରେ ଇଚ୍ଛା, ଭିଡିଓ କଲ୍୍‌ରେ ବାର୍ତ୍ତାଳାପ କରିପାରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories