www.samajalive.in
Monday, December 15, 2025
24.1 C
Bhubaneswar

ବାଇକକୁ ଧକ୍କାଦେଲା ବସ; କଲେଜ ଛାତ୍ରୀଙ୍କ ସମେତ ୨ମୃତ

ଦେବଗଡ଼: ଦେବଗଡ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟ ୫୩ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ ଗୋଟିଏ ବାଇକକୁ ଧକ୍କାଦେବା ଫଳରେ ଜଣେ କଲେଜ ଛାତ୍ରୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ଦେବଗଡ ଥାନା ଅନ୍ତର୍ଗତ ବାଘିଆବନ୍ଧ ଗ୍ରାମର ସନ୍ତୋଷ ପ୍ରଧାନ(୨୦) ଓ ଦେବଗଡ କଲେଜରେ ଯୁକ୍ତ ୨ରେ ପଢୁଥିବା ଉକ୍ତ ଗ୍ରାମର ସୀମାରେଖା ବିଶ୍ୱାଳ। ମିଳିଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭ଟାରେ ଉଭୟେ ଏକ ବାଇକ ଯୋଗେ ଦେବଗଡ ଅଭିମୁଖେ ଆସୁଥିବା ବେଳେ ହଦମୁଣ୍ଡା ଘାଟି ନିକଟ ଜାତୀୟ ରାଜପଥରେ ଦେବଗଡରୁ ଅନୁଗୁଳ ଯାଉଥିବା ଏକ ଘରୋଇ ବସ୍‌(ନଂ-ଓଡି-୨୮-୮୧୧୮) ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇ ବାଇକ୍‌କୁ କିଛିଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବାବେଳେ ସୀମାରେଖା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବାପରେ ଦେବଗଡ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories