www.samajalive.in
Monday, December 15, 2025
24.1 C
Bhubaneswar

ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲା ପାଟଣାଗଡ଼ ନିକଟ ତାମିଆ-ମୁଦାଲସର ମଝିରେ ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଫଳରେ ପୋଲ ତଳେ ଚାପି ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିମ୍ନମାନର କାମ ଯୋଗୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

- Advertisement -

ସୂଚନା ଅନୁସାରେ, ନିର୍ମାଣାଧୀନ ପୋଲର ୨ଟି ଫେଜ୍‌ ଦୁର୍ବଳ ଥିଲା। ଆରଡବ୍ଲୁଡିର ୩ ଜଣିଆ ଟିମ୍‌ ଆସି ଅନୁଧ୍ୟାନ କରିବା ପରେ ମୁଖ୍ୟ ଯନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ। ଏହା ପରେ ଆର. କେ. ଅଗ୍ରୱାଲ ଠିକା ସଂସ୍ଥା ପକ୍ଷରୁ ଏହାର ମରାମତି ଆରମ୍ଭ କରିଥିଲା। ଲକଡାଉନ ଯୋଗୁ କାମ ବନ୍ଦ ଥିଲା। ବୁଧବାର ମରାମତି କାମ ଚାଲିଥିବାବେଳେ ସକାଳ ୧୦ଟା ବେଳେ ୨ଟି ଫେଜ୍‌ ଉପରେ ଛିଡ଼ା ହୋଇଥିବା ପୋଲର ଛାତ ଭୁଶୁଡ଼ି ପଡ଼ିଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories