www.samajalive.in
Saturday, December 6, 2025
15.1 C
Bhubaneswar

ଖୋଲିଲା କେଦାରନାଥ ଧାମ, ୬ ମାସ ପାଇଁ ଚାଲିବ ପୂଜାର୍ଚ୍ଚନା

ଡେରାଡୁନ: ମେଷ ଲଗ୍ନ ଅବସରରେ ବୁଧବାର ପ୍ରାତଃ ସମୟରେ ଭଗବାନ କେଦାରନାଥଙ୍କ ଧାମ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି। ବିଧି ଅନୁସାରେ ମନ୍ଦିର ଦ୍ବାରା ଖୋଲାଯିବା ପରେ ସେଠାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ପୂଜକଙ୍କ ସମେତ ୧୬ ଜଣ ଶ୍ରଦ୍ଧାଳୁ ପୂଜାରେ ସାମିଲ ହୋଇଥିଲେ। ପୂଜା ସମୟରେ ଏବଂ ମନ୍ଦିର ପରିସରରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା।

ଭୋର ୩ଟାରେ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା। ମୁଖ୍ୟ ପୂଜାରୀ ଶିବଶଙ୍କ ଲିଙ୍ଗଙ୍କ ଦ୍ବାରା ବାବା କେଦାରନାଥଙ୍କ ସମାଧି ପୂଜା ସହିତ ଅନ୍ୟ ସମସ୍ତ ଧାର୍ମିକ ଔପଚାରିକତା କରାଯାଇଥିଲା। ଏହା ପରେ ନିର୍ଦ୍ଧାରିତ ସମୟ ପ୍ରାତଃ ୬ଟା ୧୦ ମିନିଟରେ ମନ୍ଦିର ଦ୍ବାର ଖୋଲାଯାଇଥିଲା।

- Advertisement -

ଉତ୍ତରାଖଣ୍ଡ ଚାରିଧାମ ଦେବସ୍ଥାନମ ବୋର୍ଡର ମିଡିଆ ପ୍ରଭାରୀ ହରିଶ ଚନ୍ଦ୍ର ଗୌଡ଼ କହିଛନ୍ତି, କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟାରେ ବୋର୍ଡ କର୍ମଚାରୀ, ପୁରୋହିତ ଏବଂ ପ୍ରଶାସନିକ ଅଧିକାରୀଙ୍କୁ କେଦାରନାଥ ଧାମକୁ ଯିବାକୁ ଅନୁମତି ଦିଆଯାଇଛି। ପୂଜା ପାଇଁ ଅନଲାଇନରେ ୧୦ ଲକ୍ଷରୁ ଅଧିକ ବୁକିଂ କରାଯାଇଛି। କିନ୍ତୁ କରୋନା ଭୂତାଣୁ ବ୍ୟାପିବା ଫଳରେ ଶ୍ରଦ୍ଧାଳୁମାନେ ଧାମକୁ ଆସିପାରିବେ ନାହିଁ। ତେଣୁ ଯେଉଁ ଶ୍ରଦ୍ଧାଳୁମାନେ ବୁକିଂ କରିଛନ୍ତି, ସେମାନଙ୍କର ପୂଜା କରାଯାଇ ପ୍ରସାଦକୁ ଡାକ ଯୋଗେ ପଠାଇ ଦିଆଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories