www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଅପଡେଟ୍ : ଜାଣନ୍ତୁ କେଉଁ ରାଜ୍ୟରୁ କେତେ ଆକ୍ରାନ୍ତ ଓ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଉଛି । ବୁଧବାର ସକାଳ ୮ ଟା ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର୍ କରିଛି । ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୭୪ ଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୩୨ ରହିଛି । ସେହିପରି ଏହି ମହାମାରୀରେ ଦେଶରେ ୧୦୦୭ ଜଣଙ୍କର ଜୀବନ ଯାଇଥିବା ବେଳେ ୭ ହଜାରରୁ ଅଧିକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୯ ହଜାର ୩୧୮ ରହିଥିବା ବେଳେ କେବଳ ମୁମ୍ବଇରୁ ୬ ହଜାର ୧୬୯ ଜଣ ସଂକ୍ରମିତ ରହିଛନ୍ତି । ସେହିପରି ଗୁଜରାଟରେ ୩୭୪୪ ଜଣ , ଦିଲ୍ଲୀରେ ୩୩୧୪ ଜଣ , ମଧ୍ୟପ୍ରଦେଶରେ ୨୩୮୭ ଜଣ , ଉତ୍ତରପ୍ରଦେଶରେ ୨୦୫୩ ଜଣ , ରାଜସ୍ଥାନରେ ୨୩୬୪ ଜଣ, ତାମିଲନାଡୁରେ ୨୦୫୮ ଜଣ , ତେଲେଙ୍ଗାନାରେ  ୧୦୦୪ ଜଣ , ପଶ୍ଚିମବଙ୍ଗରେ ୭୨୫ ଜଣ , ଓଡିଶାରେ ୧୧୯ ଜଣ, ଆନ୍ଧ୍ରପ୍ରଦେଶରେ ୧୨୫୯ ଜଣ, ହରିୟାଣାରେ ୩୧୦ ଜଣ , ହିମାଚଳ ପ୍ରଦେଶରେ ୪୦ ଜଣ , ଜମ୍ମୁ ଓ କଶ୍ମୀରରେ  ୫୬୫ ଜଣ , ଝାଡ଼ଖଣ୍ଡରେ ୧୦୩ ଜଣ, କର୍ଣ୍ଣାଟକରେ ୫୨୩ ଜଣ , କେରଳରେ ୪୮୫ ଜଣ, ଲଦାଖରେ ୨୨ ଜଣ, ମଣିପୁରରେ ୨ ଜଣ, ମେଘାଳୟରେ ୧୨ଜଣ , ମିଜୋରାମରେ ୧ , ପଞ୍ଜାବରେ ୩୨୨ ଜଣ , ତ୍ରିପୁରାରେ ୨ଜଣ ,ଆସାମରେ ୩୮ ଜଣ, ବିହାରରେ ୩୬୬ ଜଣ, ଚଣ୍ଡିଗଡ଼ରେ୫୬ ଜଣ, ଛତିଶଗଡ଼ରେ ୩୮, ଗୋଆରେ ୭ ଜଣ, ପୁଡୁଚେରୀରେ ୮ ଜଣ, ଉତ୍ତରାଖଣ୍ଡରେ ୫୪ ଜଣ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୩୩ ଜଣ ଓ ଅରୁଣାଚଳ ପ୍ରଦେଶ ଜଣେ ଆକ୍ରାନ୍ତ ରହିଛନ୍ତି ।

- Advertisement -

ସେହିପରି କରୋନା​‌ରେ ମୃତ୍ୟୁ ହୋଇଥିବା ୧୦୦୭ ବ୍ୟକ୍ତିଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୪୦୦ ଜଣ,ଗୁଜରାଟରେ ୧୮୧ ଜଣ, ମଧ୍ୟପ୍ରଦେଶରେ ୧୨୦ ଜଣ,ଦିଲ୍ଲୀରେ ୫୪ ଜଣ, ଆନ୍ଧ୍ରପ୍ରଦେଶରେ ୩୧ ଜଣ,ରାଜସ୍ଥାନରେ ୫୧ ଜଣ, ପଞ୍ଜାବରେ ୧୯ ଜଣ,ତାମିଲନାଡୁରେ ୨୫ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୩୪ ଜଣ ,କର୍ଣ୍ଣାଟକରେ ୨୦ ଜଣ, ପଶ୍ଚମବଙ୍ଗରେ ୨୨ ଜଣ,ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କେରଳରେ ୪ ଜଣ,ହରିୟାଣାରେ ୩ ଜଣ,ବିହାରରେ ୨ ଜଣ ଏବଂ ଆସାମ,ହିମାଚଳ ପ୍ରଦେଶ,ମେଘାଳୟ ଓ ଓଡ଼ିଶାର ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories