www.samajalive.in
Saturday, December 6, 2025
16.1 C
Bhubaneswar

ଭାରତରେ ୧ ହଜାର ଟପିଲା ‘କରୋନା’ ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୧ ହଜାର ଅତିକ୍ରମ କରିଛି। ଏହି ମହାମାରୀ ଭୂତାଣୁ ଯୋଗୁ ଦେଶରେ ବୁଧବାର ସକାଳ ସୁଦ୍ଧା ୧୦୦୭ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୩୨ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟାର ତଥ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ମନେ ହେଉଛି। କାରଣ ଏହି ୨୪ ଘଣ୍ଟାରେ ଦେଶରେ ୧୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ। ସେହିପରି ୭୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏବେ ୨୨ ହଜାର ୬୨୯ ଜଣ ଚିକିତ୍ସାଧୀନ ଥିବାବେଳେ ୭୬୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ଏହି ରାଜ୍ୟରେ ସର୍ବାଧିକ ୯ ହଜାର ୩୧୮ ଜଣ ସଂକ୍ରମିତ ହୋଇଥିବାବେଳେ ୪୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପଛକୁ ଗୁଜରାଟରେ ୨ୟ ସର୍ବାଧିକ ୩୭୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୮୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ଆକ୍ରାନ୍ତ ସଂଖ୍ୟା ୩୩୧୪ରେ ପହଞ୍ଚିଥିବାବେଳେ ୫୪ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ମଧ୍ୟପ୍ରଦେଶରେ ୨୩୮୭ ଆକ୍ରାନ୍ତ ଓ ୧୨୦ ମୃତ, ରାଜସ୍ଥାନରେ ୨୩୮୩ ଆକ୍ରାନ୍ତ ଏବଂ ୫୨ ମୃତ, ତାମିଲନାଡୁରେ ୨୦୫୮ ଆକ୍ରାନ୍ତ ଓ ୨୫ ମୃତ, ଉତ୍ତରପ୍ରଦେଶରେ ୨୦୫୩ ଆକ୍ରାନ୍ତ ହୋଇଥିବାବେଳେ ଓ ୩୪ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories