www.samajalive.in
Monday, December 15, 2025
24.1 C
Bhubaneswar

୨ ଚିକିତ୍ସାଧୀନଙ୍କ ମୃତ୍ୟୁ, ଦିଗପହଣ୍ଡିରେ ୧୪୪ ଧାରା

ଦିଗପହଣ୍ଡି: ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଜଣେ ବ୍ୟବସାୟୀ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତ କିଛିଦିନ ହେଲା ବସଷ୍ଟାଣ୍ଡ ଅଞ୍ଚଳରେ ରହୁଥିବା ମହିଳା ଓ ତାଙ୍କ ବ୍ୟବସାୟୀ ସ୍ବାମୀ ଜ୍ବରରେ ପୀଡିତ ହେବା ପରେ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିଲା। ସ୍ବାବ ରିପୋର୍ଟ ପଜିଟିଭ ବାହାରିବା ପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବୁଧବାର ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ସରକାରୀ ଭାବେ ଏ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଇନି।

ସେହିପରି ଦିଗପହଣ୍ଡି ବସଷ୍ଟାଣ୍ଡର ଆଉ ଜଣେ ବ୍ୟବସାୟୀ ଶୀତଳାପଲ୍ଲୀ କୋଭିଡ ଡାକ୍ତରଖାନାରେ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। କିନ୍ତୁ ତାଙ୍କ ସ୍ବାବ ନମୁନା ରିପୋର୍ଟ ଆସିନଥିବାରୁ ମୃତ୍ୟୁର କାରଣ ଜଣାପଡିନି। ଦିଗପହଣ୍ଡି ଏନ୍ଏସିରେ ୨ ଦିନରେ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସ୍ଥାନୀୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲଚନ୍ଦ୍ର ଡାକୁଆ

- Advertisement -

ସୂଚନା ଦେଇଛନ୍ତି । ଏହି ଅବସରରେ ଅପରାହ୍ନରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଦିଗପହଣ୍ଡି ଗସ୍ତ କରି ସ୍ଥାନୀୟ ବ୍ଲକ ପ୍ରଶାସନ ସହ କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରି ଫେରିଥିବା ଜଣାପଡିଛି । ଦିଗପହଣ୍ଡି ସହରରେ ୧୪୪ ଧାରା ଜାରି କରାଯିବା ସହ ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଡାକ୍ତରଖାନା ଓ ଥାନା କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହ​‌ି ପଦକ୍ଷେପ ନିଆଯାଇଛି। ସହର ସଟ୍‌ ଡାଉନରେ ରହିଥିବାରୁ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ଡାକ୍ତର ଓ ୪ କର୍ମଚାରୀ ଏବଂ ଦିଗପହଣ୍ଡି ଥାନାର ଜଣେ ଏଏସଆଇ ଓ ଜଣେ ହୋମଗାର୍ଡଙ୍କ ସହ ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories