+୨ ନାମଲେଖା ପାଇଁ ଆବେଦନ ସମୟସୀମା ଜୁନ ୨୬ ଯାଏଁ ବୃଦ୍ଧି
ଡେସ୍କ: ରାଜ୍ୟ ସରକାର +୨ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି କରିଛନ୍ତି। ନାମଲେଖା ପାଇଁ ଆବେଦନ କରିବାର ଶେଷ ତାରିଖ ଆଜି ଅର୍ଥାତ ଜୁନ ୨୦ ଥିବାବେଳେ ଏହାକୁ ଜୁନ ୨୬ ଯାଏଁ ବୃଦ୍ଧି କରାଯାଇଛି। ପରିବର୍ତ୍ତିତ ସୂଚୀ ଆନୁଯାୟୀ, ପ୍ରଥମ ମେଧା ତାଲିକା ଜୁଲାଇ ୨ରେ ପ୍ରକାଶ ପାଇବ ଓ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୩ରୁ ୮ ତାରିଖ ମଧ୍ୟରେ ନାମ ଲେଖାଇବେ।
ସେହିପରି ଦ୍ଵିତୀୟ ମେଧା ତାଲିକା ଜୁଲାଇ ୧୬ରେ ପ୍ରକାଶ ପାଇବ ଓ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୧୯ ତାରିଖ ମଧ୍ୟରେ ନାମ ଲେଖାଇବେ। ଅନଲାଇନ ସ୍ପଟ ନାମଲେଖା ପ୍ରକ୍ରିୟା ଜୁଲାଇ ୧୭ରୁ ୨୭ ମଧ୍ୟରେ ସମ୍ପାଦନ କରାଯିବ। ଜୁଲାଇ ୨୯ରେ +୨ରେ ପାଠପଢା ଆରମ୍ଭ ହେବ।
ଏପର୍ଯ୍ୟନ୍ତ ସାମସ ପୋର୍ଟାଲ ଜରିଆରେ ୨ ହଜାର ୧୩୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ଶ୍ରେଣୀ ପାଇଁ ୪ ଲକ୍ଷ ୪୮ ହଜାର ୯୭୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି।
Comments are closed.