www.samajalive.in
Saturday, December 6, 2025
14.1 C
Bhubaneswar

୧୨୦୦୦ ୱେବସାଇଟକୁ ବ୍ଲକ୍‍ ପରେ ମଧ୍ୟ ‘୨.୦’ ଲିକ୍‍

ମୁମ୍ବଇ : ଗୁରୁବାର ମୁକ୍ତିଲାଭ କରିଥିବା ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘୨.୦’ ମୁକ୍ତିଲାଭ ହେବାର କିଛି ଘଣ୍ଟା ମଧ୍ୟରେ ଲିକ୍‍ ହୋଇ ଯାଇଛି। ଏହାକୁ ତାମିଲ ରକର୍ସ ନାମକ ଏକ ୱେବସାଇଟରେ ଲିକ୍‍ କରିଦିଆ ଯାଇଛି।

ଚଳଚ୍ଚିତ୍ର ଲିକ୍‍ ହେବା ଆଶଙ୍କାରେ ମାଦ୍ରାସ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ୧୨୦୦୦ ୱେବସାଇଟକୁ ବ୍ଲକ୍‍ କରାଯାଇଥିଲା। ଏପରି କଡ଼ା ବ୍ୟବସ୍ଥା ସତ୍ତ୍ବେ ‘୨.୦’ ଲିକ୍‍ ହୋଇଯାଇଛି। କେବଳ ସେତିକି ନୁହେଁ ମୁକ୍ତିଲାଭ ହେବାର କିଛି ଘଣ୍ଟା ମଧ୍ୟରେ ଏହି ଚଳଚ୍ଚିତ୍ର ଏଚଡି ପ୍ରିଣ୍ଟରେ ଲିକ୍‍ ହୋଇଛି। ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଏହା ଏକ ଦୁଃସମ୍ବାଦ।

- Advertisement -

ଏହା ଭାରତର ସବୁଠାରୁ ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ର। ଏହାର ବଜେଟ୍‍ ପ୍ରାୟ ୬୦୦କୋଟି ରହିଛି। ଏଥିସହିତ ଚଳଚ୍ଚିତ୍ରକୁ ତାମିଲ, ତେଲୁଗୁ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରାଯାଇଛି। ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ, ଅକ୍ଷୟ କୁମାରଙ୍କ ବ୍ୟତୀତ ଏମୀ ଜ୍ୟାକ୍ସନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି।

ଟ୍ରେଡ଼ ଆନାଲିଷ୍ଟ ଗିରୀଶ ଜୋହରଙ୍କ କହିବା ଅନୁସାରେ, ଚଳଚ୍ଚିତ୍ରର ହିନ୍ଦୀ ଭର୍ସନ ପ୍ରଥମ ଦିନରେ ୨୦-୨୫କୋଟି ଆୟ କରିଛି। ତେବେ ଅନ୍ୟ ଭର୍ସନକୁ ମିଶାଇଲେ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୧୦୦କୋଟି ଆୟ କରି ସାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories