www.samajalive.in
Saturday, December 6, 2025
23.1 C
Bhubaneswar

ରାମ ମନ୍ଦିର ନିର୍ମାଣ ହେଲେ ଦୋହଲି ଉଠିବ ଦିଲ୍ଲୀରୁ କାବୁଲ: ମାସୁଦ ଅଜହର

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ମୁଖ୍ୟ ମାସୁଦ ଅଜହର ଅଯୋଧ୍ୟା ରାମ ମନ୍ଦିରକୁ ନେଇ ୯ମିନିଟର ଏକ ଅଡିଓ ଟେପ ଜାରି କରିଛି। ଏହି ଅଡିଓରେ ନିର୍ମାଣ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗକୁ ନେଇ ଚେତାବନୀ ଦିଆଯାଇଛି। “ଯଦି ବାବରି ମସଜିଦ ଜାଗାରେ ରାମ ମନ୍ଦିର ନିର୍ମାଣ ହୁଏ ତେବେ ଦିଲ୍ଲୀଠାରୁ ଆରମ୍ଭ କରି କାବୁଲ ପର୍ଯ୍ୟନ୍ତ ମୁସଲମାନ ଯୁବକ ଏହାର ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି’ ବୋଲି ଅଡିଓ ଟେପରେ ଉଲ୍ଲେଖ କରାଯାଇଛି।
ବାବରି ମସଜିଦ ଭଙ୍ଗା ଘଟଣାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ବୋଲି ମାସୁଦ ଧମକ ଦେଇ କହିଛି ଯେ ‘ଆମ ବାବରି ମସଜିଦକୁ ଭାଙ୍ଗି ସେଠାରେ ଅସ୍ଥାୟୀ ରାମ ମନ୍ଦିର ନିର୍ମାଣ କରାଯାଇଛି। ଅସ୍ଥାୟୀ ମନ୍ଦିରରେ ହିନ୍ଦୁମାନେ ହାତରେ ତ୍ରୀଶୂଳ ଧରି ଏକତ୍ରିତ ହେଉଛନ୍ତି। ମୁସଲମାନଙ୍କୁ ଭୟଭୀତ କରାଯାଉଛି। ଏହାର ଉଚିତ ଜବାବ ଦେବାର ସମୟ ଆସିଛି। ଯଦି ସରକାର ଟଙ୍କା ଖର୍ଚ୍ଚ କରି ମସଜିଦ ଭାଙ୍ଗନ୍ତି ତେବେ ମାସୁଦର ସଂଗଠନ ଜୀବନ ବିନିମୟରେ ଏହି ମସଜିଦକୁ ରକ୍ଷା କରିବାକୁ ପ୍ରସ୍ତୁତ।’
ପ୍ରସ୍ତାବିତ କରତାରପୁର କରିଡରକୁ ନେଇ ମଧ୍ୟ ମାସୁଦ ଅଡିଓ ଟେପରେ ଟିପ୍ପଣୀ ଦେଇଛି। କରତାରପୁର କରିଡର ପାଇଁ ଭାରତୀୟ ନେତାଙ୍କୁ ପାକିସ୍ତାନର ଆମନ୍ତ୍ରଣକୁ ମାସୁଦ ବିରୋଧ କରିଛି। ଅଡିଓ ଟେପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମଧ୍ୟ ସ୍ୱର ଉଠାଇଛି ମାସୁଦ। ଭୋଟ ଓ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ଏଭଳି କାର୍ଯ୍ୟ କରୁଛନ୍ତି ବୋଲି ମାସୁଦ ଅଭିଯୋଗ କରିଛି।
ବିଗତ କିଛି ମାସ ମଧ୍ୟରେ ଭାରତୀୟ ସେନା ପକ୍ଷରୁ କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କୁ ଯେଭଳି ଭାବେ ନିପାତ କରାଯାଉଛି, ଏଥିରେ ଜୈସ ଏ ମହମ୍ମଦ ପରି ସଂଗଠନ ବିଚଳିତ ହୋଇ ପଡ଼ିଛନ୍ତି। ତେଣୁ ଭାରତକୁ ଏଭଳି ଅଡିଓ ଟେପ ମାଧ୍ୟମରେ ବିଚଳିତ କରିବାକୁ ପ୍ରୟାସ କରି ମାସୁଦ ଦୀର୍ଘ ଦିନ ପରେ ଭାରତୀୟ ପ୍ରସଙ୍ଗରେ ମତବ୍ୟକ୍ତ କରିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories