www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ : ଗୁରୁବାର ମତଦାନ

ପାଟନା: ବିହାର ବିଧାନସଭାର ପ୍ରଥମ ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ନଭେମ୍ବର ୬ (ଗୁରୁବାର) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ମୋଟ ୧୩୧୪ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ, ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସମ୍ରାଟ ଚୌଧୁରୀ, ବିଜେପିର ମୈଥିଳୀ ଠାକୁର, ଜେଡିୟୁର ରାଜ୍ୟ ସଭାପତି ଉମେଶ ଖୁସୱାହ ଓ ଆରଜେଡିର ଭୋଳା ଯାଦବ।

ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲାରେ ଭୋଟ ଗ୍ରହଣ ହେବ। ଏହି ଜିଲା ଗୁଡିକ ହେଲା ପାଟନା, ଦରଭଙ୍ଗା, ମାଧେପୁରା, ସହର୍ସା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ, ସରନ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଲଖିସରାଇ, ମୁଙ୍ଗେର, ଶେଖପୁରା, ନାଳନ୍ଦା, ବକ୍ସାର ଓ ଭୋଜପୁର। ଦ୍ବିତୀୟ ପର୍ଯ୍ୟାୟରେ ୨୦ଟି ଜିଲାର ୧୨୨ଟି ଆସନ ପାଇଁ ନଭେମ୍ବର ୧୧ରେ ଭୋଟ ଗ୍ରହଣ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଯେଉଁମାନେ ଧାଡିରେ ଠିଆ ହୋଇଥିବେ ସେମାନଙ୍କୁ ମତଦାନ ପାଇଁ ସୁଯୋଗ ଦିଆଯିବ। ବିହାର ବିଧାନସଭା ନିର୍ବାଚନରେ ମୋଟ ୭.୪୩ କୋଟି ଭୋଟର ମତଦାନ କରିବେ। ଏଥିପାଇଁ ୯୦,୭୧୨ ମତଦାନ କେନ୍ଦ୍ର ଖୋଲାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories