www.samajalive.in
Monday, December 15, 2025
16.1 C
Bhubaneswar

କିଟ୍‌ ଓ କିସ୍‌ରେ ଦେଶର ପ୍ରଥମ ଚେସ୍‌ ଏକାଡେମୀ

ଭୁବନେଶ୍ୱର: କିଟ୍‌ ଓ କିସ୍‌ରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍‌ ଏକାେଡମୀ ପ୍ରତିଷ୍ଠା ହେବ। ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍‌ ସଂଘ (ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେସନ୍‌)ର କେନ୍ଦ୍ରୀୟ ପରିଷଦ ଏବଂ ସାଧାରଣ ପରିଷଦ ବୈଠକରେ ଦେଶର ଏକମାତ୍ର ତଥା ପ୍ରଥମ ଚେସ୍‌ ଏକାଡେମୀ ପ୍ରତିଷ୍ଠା କରାଯିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନ ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏଠାରେ ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ। ସେମାନେ ସମ୍ପୂର୍ଣ୍ଣ ଆବାସିକ ଭାବେ ଏଠାରେ ରହି ଶିକ୍ଷା ଗ୍ରହଣ କରିବେ।

ସୂଚନାଯୋଗ୍ୟ, ୨୦୦୯ରୁ କିଟ୍‌ ଓ କିସ୍‌ ପକ୍ଷରୁ ଚେସ୍‌କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ଆସୁଛି। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତୃଣମୂଳସ୍ତରରୁ ଚେସ୍‌କୁ ପ୍ରୋତ୍ସାହିତ କରିଆସୁଛନ୍ତି। ଶ୍ରୀ ସାମନ୍ତ ଚେସ୍‌ ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛନ୍ତି। ଓଡ଼ିଶାର ଜଣେ ଚେସ୍‌ ଖେଳାଳିଙ୍କ ପାଇଁ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ଯୋଗୁଁ ଇତି ମଧ୍ୟରେ ସେ ବିଶ୍ୱସ୍ତରରେ ଭଲ ପ୍ରଦର୍ଶନ କରି ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି।ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି ଓଡ଼ିଶାରେ ଚେସ୍‌ ଏକାଡେମି ହେବା ନିଶ୍ଚିତ ଭାବେ ଏକ ଐତିହାସିକ ସଫଳତା। କିଟ୍‌ ଓ କିସ୍‌ରେ ଚେସ୍‌ ଏକାଡେମୀ ହେବା ପାଇଁ ନିଷ୍ପତ୍ତି ହେବା ପରେ ଶ୍ରୀ ସାମନ୍ତ ସର୍ବଭାରତୀୟ ଚେସ୍‌ ସଂଘର ସଭାପତି ସମ୍ପାଦକଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ଚେସ୍‌ ଆସୋସିଏସନ୍‌ର ସଭାପତି ତଥା ଏଆଇସିଏଫ୍‌ ନବନିର୍ବାଚିତ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ ଓ ଆଇଏମ୍‌ ଶେଖର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories