www.samajalive.in
Sunday, December 14, 2025
26.1 C
Bhubaneswar

ଆଇପିଏଲ୍‌: ପଞ୍ଜାବ ବିଜୟୀ, ପ୍ଲେଅଫ୍‌ରୁ ସନ୍‌ରାଇଜର୍ସର ବିଦାୟ

ଶାରଜା: ଚଳିତ ଆଇପିଏଲ୍‌ରେ ଶନିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗ୍‌ସ। ଏକ କମ୍ ସ୍କୋରର୍‌ ମୁକାବିଲାରେ ସନ୍‌ରାଇଜର୍ସ ହାଇଦରାବାଦକୁ ୫ ରନ୍‌​ରେ ପଞ୍ଜାବ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍‌ସ ୨୦ ଓଭରରେ ୭ ୱିକେଟରେ ମାତ୍ର ୧୨୫ ରନ୍ କରିଥିଲା। ଏହାର ପିଛାକରି ୧୪ ଓଭରରେ ସନ୍‌ରାଇଜର୍ସ ୫ ୱିକେଟରେ ୬୭ ରନ୍ କରିଥିଲା। ପରେ ଜେସନ୍ ହୋଲ୍‌ଡରଙ୍କ ଲଢ଼ୁଆ ଇନିଂସ ସତ୍ତ୍ବେ ସନ୍‌ରାଇଜର୍ସ ୨୦ ଓଭରରେ ୭ ୱିକେଟରେ ୧୨୦ ରନ୍ କରି ପାରିଥିଲା। ୯ମ ମ୍ୟାଚ୍‌ରେ ୮ମ ପରାଜୟ ପରେ ସନ୍‌ରାଇଜର୍ସ ପ୍ଲେଅଫ୍ ଦୌଡ଼ରୁ ବାଦ୍‌ପଡ଼ିଛି। ପଞ୍ଜାବ ୧୦ମ ମ୍ୟାଚ୍‌ରେ ୪ର୍ଥ ବିଜୟ ସହ ୫ମ ସ୍ଥାନକୁ ଉଠିଛି।

ସନ୍‌ରାଇଜର୍ସ ହାଇଦରାବାଦ ଧିମା ତଥା ଦୟନୀୟ ଭାବେ ୧୨୬ ରନ୍‌ର ପିଛା ଆରମ୍ଭ କରିଥିଲା। ୮ ଓଭରରେ ୩୨ ରନ୍‌ରେ ସନ୍‌ରାଇଜର୍ସ ୩ଟି ୱିକେଟ ହରାଇଥିଲା। କ୍ରମାଗତ ୨ୟ ମ୍ୟାଚ୍‌ରେ ବିଫଳ ହୋଇ ଡେଭିଡ୍‌ ୱାର୍ଣ୍ଣର ୨ ରନ୍‌କରି ବିଦାୟ ନେଇଥିଲେ। ପରେ ଅଧିନାୟକ କେନ୍ ୱିଲିୟମ୍‌ସନ ୧ ରନ୍‌କରି ଆଉଟ ହୋଇଥିଲେ। ଋଦ୍ଧିମାନ ଶାହା ଓ ମନୀଷ ପାଣ୍ଡେ ସ୍କୋର୍‌କୁ ୩୨ ରନ୍‌ରେ ପହଞ୍ଚାଇବା ପରେ ପାଣ୍ଡେ ୧୩ ରନ୍‌କରି ବିଦାୟ ନେଇଛନ୍ତି। ଋଦ୍ଧିମାନ ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। କେଦାର ଯାଦବ ୧୨ ଓ ଅବ୍‌ଦୁଲ ସମାଦ୍ ୧ ରନ୍‌କରି ଆଉଟ ହୋଇ ଯାଇଥିଲେ। ୧୩ ଓଭରରେ ୬୦ ରନ୍‌ରେ ସନ୍‌ରାଇଜର୍ସ ୫ଟି ୱିକେଟ ହରାଇଥିଲା। ପରେ କ୍ରିଜ୍‌ରେ ଆସି ଜେସନ୍‌ ହୋଲ୍‌ଡର ଛକା ପରେ ଛକା ମାରିଥିଲେ। ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌​‌ରେ ଥିବା ଋଦ୍ଧିମାନ ଶାହା ୩୭ ବଲ୍‌ରୁ ୩୧ ରନ୍‌କରି ଆଉଟ ହୋଇଥିଲେ। ରସିଦ୍ ଖାଁ ୨ ରନ୍‌କରି ଆଉଟ ହୋଇଥିଲେ। ଶେଷ ଓଭରରେ ୧୭ ଓ ଶେଷ ବଲ୍‌ରେ ୭ ରନ୍ ଆବଶ୍ୟକ ଥିଲା। ତେବେ ଶେଷ ଓଭରରୁ ୧୧ ଓ ଶେଷ ବଲ୍‌ରେ ୧ ରନ୍ ହୋଇଥିଲା। ହୋଲ୍‌ଡର ୨୯ ବଲ୍‌ରୁ ୫ଟି ଛକା ସହ ୪୭ ରନ୍‌କରି ଅପରାଜିତ ଥିଲେ। ଭୁବନେଶ୍ବର କୁମାର ୩ ରନ୍‌​ରେ ଅପରାଜିତ ଥିଲେ। ରବି ବିଷ୍ଣୋଇ ୩ଟି ଓ ମହମ୍ମଦ ସାମି ୨ଟି ୱିକେଟ ନେଇଥିଲେ।

- Advertisement -

ଟସ୍ ଜିତି ସନ୍‌ରାଇଜର୍ସ ଫିଲ୍‌ଡିଂ ନେବା ପରେ ପଞ୍ଜାବ କିଙ୍ଗ୍‌ସ ପ୍ରଭାବହୀନ ବ୍ୟାଟିଂ କରିଥିଲା। ପଞ୍ଜାବ ଅଧିନାୟକ କେ.ଏଲ୍‌. ରାହୁଲ ୩ଟି ଚୌକା ସହ ୨୧ ରନ୍‌କରି ଆଉଟ ହୋଇଥିଲେ। ଅନ୍ୟ ଓପ୍‌ନର ମୟଙ୍କ ଅଗ୍ରୱାଲ ୫ ରନ୍‌କରି ବିଦାୟ ନେଇଥିଲେ। ଚଳିତ ପର୍ଯ୍ୟାୟରେ ପ୍ରଥମ ମ୍ୟାଚ୍‌ ଖେଳିଥିବା କ୍ରିସ୍‌ ଗେଲ୍‌ ମାତ୍ର ୧୪ ରନ୍ କରି ଥିଲେ। ଐଡେନ୍ ମାର୍କରାମ ୩୨ ବଲ୍‌ରୁ ୨ଟି ଚୌକା ସହ ୨୭ ରନ୍‌ କରିଥିଲେ। ନିକୋଲାସ୍ ପୁରନ୍ ୮ ରନ୍ କରି ପାରିଥିଲେ। ଦୀପକ ହୁଡା ୧୩ ଓ ନାଥାନ୍ ଏଲିସ୍ ୧୨ ରନ୍‌ କରିଥିଲେ। ହରପ୍ରୀତ ବ୍ରାର ୧୮ ବଲ୍‌ରୁ ୧୮ ରନ୍‌କରି ଅପରାଜିତ ଥିଲେ। ଜେସନ୍ ହୋଲ୍‌ଡର ୩ଟି ୱିକେଟ ନେଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories