ରହସ୍ୟମୟ ଏହି ରୋଗ ଭୟ ବଢାଉଛି-ଏବେ ସାରା ବିଶ୍ୱ ପାଇଁ ଚିନ୍ତା ଶ୍ୱେତ ଫୁସ୍‌ଫୁସ୍‌ ସିଣ୍ଡ୍ରୋମ୍‌

ନୂଆଦିଲ୍ଲୀ – ସାରା ବିଶ୍ୱରେ ରହସ୍ୟମୟ ରୋଗ ଶ୍ୱେତ ଫୁସ୍‌ଫୁସ୍‌ ସିଣ୍ଡ୍ରୋମ୍‌ ଚିନ୍ତା ବଢାଉଛି । ବିଶ୍ୱର ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ୟୁରୋପ ସହ ଆମେରିକା ଏବଂ ଚୀନ୍‌ ଏହି ରୋଗର ପ୍ରକୋପ ଦେଖା ଦେଲାଣି ।

ଏହା ହେଲେ ଲୋକଙ୍କୁ ନିମୋନିଆ ହେଉଛି । ଏହା ସହ ଫୁସ୍‌ଫୁସ୍‌ରେ ଶ୍ୱେତ ବା ଧଳା ରଙ୍ଗର ସଂକ୍ରମଣ ଦେଖା ଦେଉଛି। ନେଦରଲ୍ୟାଣ୍ଡରେ ଶ୍ୱେତ ଫୁସ୍‌ଫୁସ୍‌ ସିଣ୍ଡ୍ରୋମ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷ କରି ସହରମାନଙ୍କରେ ଶିଶୁମାନଙ୍କୁ ବେଶି ସଂକ୍ରମଣ ହେଉଛି ।

ଆମେରିକାର ଓହିଓରେ ଏଥିରେ ୧୫୦ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଛନ୍ତି । ଏଥିରେ ଜର ସହ କାଶ ଥକାପଣ ହେଉଛି । ଏହା ସହ କେତକ କ୍ଷେତ୍ରରେ ଶ୍ୱାସ ଜନିତ ସମସ୍ୟା ଦେଖା ଯାଉଛି ।

ଏଥିପାଇଁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ବାରମ୍ବାର ହାତ ଧୋଇବା ସହ କାଶିବା ଛିଙ୍କିବା ବେଳେ ମୁହଁ ଘୋଡାଇବା ଏବଂ ଆକ୍ରାନ୍ତ ମାନେ ଘରେ ରହିବା ପାଇଁ କୁହାଯାଇଛି ।

ଚୀନ୍‌ରେ ଅଧିକ ଲୋକ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏ ବିଷୟରେ ଚୀନ୍‌କୁ ଅଧିକ ତଥ୍ୟ ମାଗିଛି । ଭାରତରେ ଏହିର ପ୍ରକୋପ ଦେଖା ଯାଇନି ମାତ୍ର ଏବେଠାରୁ ସତର୍କ ରହିବା ପାଇଁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି ।

Comments are closed.