www.samajalive.in
Tuesday, December 9, 2025
15.1 C
Bhubaneswar

ସରଦାରପୁରା ଦଙ୍ଗା ମାମଲା: ୧୭ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, ସମାଜସେବା କରିବାକୁ ନିର୍ଦେଶ

ନୂଆଦିଲ୍ଲୀ: ୨୦୦୨ରେ ଗୁଜରାଟର ସରଦାରପୁରାରେ ହୋଇଥିବା ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ୧୭ ଦୋଷୀଙ୍କୁ ମଙ୍ଗଳବାର ଜାମିନ ପ୍ରଦାନ କରିଛନ୍ତି। ଏହି ଘଟଣାରେ ୩୩ ମୁସଲମାନଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଦୋଷୀମାନଙ୍କୁ ସର୍ତ୍ତମୂଳକ ଜାମିନ ଦେବା ସହିତ ମଧ୍ୟପ୍ରଦେଶ ଯାଇ ସେଠାରେ ସାମାଜିକ ସେବା କରିବା ଲାଗି ଆଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ଜଷ୍ଟିସ ବି. ଆର. ଗୱଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଦୋଷୀମାନଙ୍କୁ ୨ଟି ଗୋଷ୍ଠୀରେ ବିଭକ୍ତ କରି ଗୋଟିଏ ଗୋଷ୍ଠୀଙ୍କୁ ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଅନ୍ୟ ଗୋଷ୍ଠୀଙ୍କୁ ଜବଲପୁର ଯାଇ ସାମାଜିକ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି।

- Advertisement -

ସରଦାରପୁର ଦଙ୍ଗା ମାମଲାରେ ଆଜୀବନ ଦଣ୍ଡ ଭୋଗୁଥିବା ଦୋଷୀମାନେ ଗୁଜରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ଜାମିନର ସର୍ତ୍ତ ଅନୁସାରେ ସମସ୍ତ ଦୋଷୀଙ୍କୁ ପ୍ରତି ସପ୍ତାହରେ ୬ ଘଣ୍ଟା ସାମାଜିକ ସେବା କରିବାକୁ ପଡ଼ିବ। ଏହା ବ୍ୟତୀତ ସେମାନଙ୍କୁ ପ୍ରତି ସପ୍ତାହରେ ସ୍ଥାନୀୟ ଥାନାରେ ହାଜର ହେବାକୁ ପଡ଼ିବ। ଇନ୍ଦୋର ଏବଂ ଜବଲପୁରରେ ଡିଏଲଏସଏ ଅଧିକାରୀମାନେ ଏହାକୁ ତଦାରଖ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗୋଧ୍ରା ଦଙ୍ଗା ପରେ ସରଦାରପୁରାରେ ଦଙ୍ଗା ହୋଇଥିଲା, ଯେଉଁଥିରେ ୩୩ ମୁସଲମାନଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା। ଏହି ମାମଲାରେ ଗୁଜରାଟ ହାଇକୋର୍ଟ ୧୪ ଜଣଙ୍କୁ ଦୋଷମୁକ୍ତ କରିଥିଲାବେଳେ ଅନ୍ୟ ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories