www.samajalive.in
Tuesday, December 9, 2025
26.1 C
Bhubaneswar

‘ବନ୍ଦେ ଭାରତ ମିଶନ୍‍’ରେ ସ୍ୱଦେଶ ଫେରିଲେଣି ୧୫ ହଜାର ପ୍ରବାସୀ

ସମାଜ ପୋର୍ଟାଲ ଡେସ୍କ: ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ ୭ ତାରିଖଠାରୁ ‘ବନ୍ଦେ ଭାରତ ମିଶନ୍‍’ ଆରମ୍ଭ କରିଛନ୍ତି। ଏହି ମିଶନ୍‍ ଆରମ୍ଭ ହେବାର ପ୍ରଥମ ସପ୍ତାହରେ ଏପର୍ଯ୍ୟନ୍ତ ୧୨ଟି ଦେଶରୁ ପ୍ରାୟ ୧୫ ହଜାର ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ସେହିଭଳି ଦ୍ୱିତୀୟ ସପ୍ତାହରେ କାନାଡ଼ା, ରୁଷ, ୟୁରୋପ୍‍, ଅଷ୍ଟ୍ରେଲିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ଉପସାଗରୀୟ ଦେଶଗୁଡ଼ିକରୁ ପ୍ରାୟ ୧୦୬ଟି ବିମାନରେ ୨୫ ହଜାର ପ୍ରବାସୀ ଆସିବେ ବୋଲି ଆକଳନ କରାଯାଇଛି। ଏହି ମିଶନ୍‍ର ଦ୍ୱିତୀୟ ସପ୍ତାହରେ ଉପସାଗରୀୟ ଦେଶଗୁଡ଼ିକରୁ ଅଧିକ ପ୍ରବାସୀଙ୍କର ଆଗମନ ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ସପ୍ତାହରେ ଆସିବାକୁ ଥିବା ପ୍ରବାସୀମାନଙ୍କର ସମ୍ପୃକ୍ତ ରାଷ୍ଟ୍ରରେ ଭାରତୀୟ ଦୂତାବାସ ପକ୍ଷରୁ ସ୍ଥାନୀୟ ସରକାରଙ୍କ ନିକଟରୁ ଏ ସମ୍ପର୍କରେ ସବୁଜ ସଙ୍କେତ ହାସଲ କରିବା ଦିଗରେ ପ୍ରଚେଷ୍ଟା କରାଯାଉଛି। ଆଜି ଏହି ମିଶନର ଚତୁର୍ଥ ଦିନରେ ରିୟାଦ୍‍, ଢାକା, ଦୋହା, କୁଏତ୍‍, କୁଆଲାଲମ୍ପୁର, ସିଙ୍ଗାପୁର, ମାନିଲା, ଲଣ୍ଡନ୍‍ ଓ ନ୍ୟୁୟର୍କରୁ ପ୍ରବାସୀ ଭାରତୀୟଙ୍କର ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ରହିଛି।

ଇତି ମଧ୍ୟରେ ବନ୍ଦେ ଭାରତ ମିଶନ୍‍ ଅଧୀନରେ ଢାକାର ହଜ୍‍ରତ୍‍ ଶହାଜଲାଲ୍‍ ବିମାନ ବନ୍ଦରରୁ ଗତକାଲି ଅପରାହ୍ଣ ଗୋଟାଏ ସମୟରେ ୧୨୯ ଜଣ ପ୍ରବାସୀ ଭାରତୀୟଙ୍କୁ ନେଇ ଏକ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏହି ପ୍ରବାସୀମାନଙ୍କ ମଧ୍ୟରେ ପର୍ଯ୍ୟଟକ, ଶିକ୍ଷାର୍ଥୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଅଛନ୍ତି। ଏତଦ୍‍ ବ୍ୟତୀତ ଯେଉଁମାନଙ୍କର ଭିସା ଅବଧି ଶେଷ ହୋଇଯାଇଛି, ସେମାନେ ମଧ୍ୟ ଏହି ବିମାନରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତ ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟରେ ଢାକାରୁ ୧୬୮ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଅନ୍ୟ ଏକ ବିମାନ ଶ୍ରୀନଗରରେ ପହଞ୍ଚିଥିଲା। ଏହି ମିଶନ୍‍ ଅଧୀନରେ ଆସନ୍ତା ୧୪ ତାରିଖ ମଧ୍ୟରେ ମୋଟ ୭ଟି ବିମାନରେ ବାଂଲାଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ଅଣାଯିବ। ଆଜି ସେଠାରୁ ଏକ ବିମାନରେ ପ୍ରବାସୀଙ୍କୁ ମୁମ୍ବାଇ, ଆସନ୍ତାକାଲି ଦିଲ୍ଲୀ, ୧୨ ଓ ୧୩ ତାରିଖରେ ଶ୍ରୀନଗର ଏବଂ ୧୪ ତାରିଖ ଦିନ ଶେଷ ପର୍ଯ୍ୟାୟରେ ଚେନ୍ନାଇକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories