ଜୟପୁର ରାଜସ୍ବ ଉପଖଣ୍ଡରେ ୧୪୪ ଧାରା ଜାରି, ଶୋଭାଯାତ୍ରା ପାଇଁ ଲୋଡ଼ା ଅନୁମତି

ଜୟପୁର:ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଆଜି ଠାରୁ ୨୦ ତାରିଖ ପର୍ୟ୍ୟନ୍ତ କୋରାପୁଟ ଜିଲା ଜୟପୁର ରାଜସ୍ବ ଉପଖଣ୍ଡରେ ୧୪୪ ଧାରା ଜାରି କରାଯାଇଥିଲା। ଏହିଦିନ ଗୁଡ଼ିକରେ ଦୁଇଜଣଙ୍କ ଠାରୁ ଅଧିକ ଲୋକ ମେଳି ନ ହେବାକୁ ଜୟପୁର ଉପଜିଲାପାଳ ବେଦବର ବେହେରା କଡ଼ା ନିର୍ଦେଶ ଦେଇଥିଲେ। ଆସନ୍ତାକାଲି ହନୁମାନ ଜୟନ୍ତୀ ଓ ମହାବିଷୁବ ସଙ୍କ୍ରାନ୍ତି ଥିବାରୁ ଭକ୍ତମାନଙ୍କ ଶୋଭାଯାତ୍ରା ଉପରେ ଉପଜିଲାପାଳ ଏଭଳି କଟକଣା ଲଗାଇଥିଲେ। ପ୍ରତି ଅପରାହ୍ଣ ୩ଟା ଠାରୁ ରାତି ୯ଟା ଯାଏ ଏଭଳି କଟକଣା ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଥିଲା। ତେବେପ୍ରଶାସନର ନିଷ୍ପତ୍ତିକୁ ଜୟପୁର ଜନସାଧାରଣଙ୍କ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ଜାରି ହୋଇଥିବା ୧୪୪ ଧାରାକୁ ସାମନ୍ୟ କୋହଳ କରାଯାଇଛି। ଶୋଭାଯାତ୍ରା କରିବାକୁ ଅନୁମତି ନେବାକୁ ପଡ଼ିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି।

 

prayash

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁର ଠାରେ ବଜରଙ୍ଗଦଳର ଶୋଭାଯାତ୍ରା ସମୟରେ ପଥରମାଡ଼ ହୋଇ ସାମ୍ପ୍ରଦାୟିକ ଦଙ୍ଗା ଉପୁଜିଥିଲା। ଏହାପରେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇ ଏଭଳି କଟକଣା ଜାରି କରାଯାଇଥିବା କୁହାଯାଇଥିଲା।

kalyan agarbati

Comments are closed.