କାଲିଠୁ ୧୩ଅଙ୍କ ବିଶିଷ୍ଟ ହେବ ମୋବାଇଲ ନମ୍ବର

0

ନୂଆଦିଲ୍ଲୀ: ୧ଜୁଲାଇରୁ ଭାରତୀୟ ଦୂର ସଞ୍ଚାର ବିଭାଗ ପକ୍ଷରୁ ମୋବାଇଲ ନମ୍ବର ୧୩ଅଙ୍କ ବିଶିଷ୍ଟ କରିବାକୁ ନିଷ୍ପତ୍ତି ନେଇଛି। ୧ଜୁଲାଇ ୨୦୧୮ରୁ ନୂଆ ନମ୍ବର ନେଉଥିବା ଗ୍ରାହକଙ୍କୁ ଏହି ୧୩ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ମିଳିବ। ସରକାର ଏଥି ନିମନ୍ତେ ସମସ୍ତ ରାଜ୍ୟକୁ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି।
ଭାରତରେ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟ ୪୭.୮କୋଟିରେ ପହଞ୍ôଚଛି। ଇଣ୍ଟରନେଟ ଓ ମୋବାଇଲ ଏସୋସିଏସନ ଅଫ ଇଣ୍ଡିଆର ରିପୋର୍ଟକୁ ଭିିତ୍ତି କରି ଦେଶର ସହରାଞ୍ଚଳରେ ୧୮.୬୩ପ୍ରତିଶତ ଗ୍ରାହକ ବୃଦ୍ଧି ହୋଇଥିବାବେଳେ ଗ୍ରାମାଞ୍ଚଳରେ ୧୫.୦୩ ପ୍ରତିଶତ ଉପଭୋକ୍ତା ବୃଦ୍ଧି ପାଇଛି। ଏଭଳି କ୍ଷେତ୍ରରେ ମୋବାଇଲ ନମ୍ବରକୁ ୧୦ରୁ ୧୩କୁ ବୃଦ୍ଧି କରିବାର ଆବଶ୍ୟକତା ରହିଥିଲା। ୧୦ରୁ ଊଦ୍ଧ୍ୱର୍ ନମ୍ବର ବିଶିଷ୍ଟ ମୋବାଇଲ ନମ୍ବର ପାଇଁ ସରକାରଙ୍କୁ ସ୍ୱତନ୍ତ୍ର ସିରିଜ ନିର୍ମାଣ କରିବାର ଆବଶ୍ୟକତା ଥିଲା। ଏହାକୁ ଦୃଷ୍ଟିରେ ରଖି ୧୩ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ପ୍ରସ୍ତୁତ କରିଛି ସରକାର। ୨୦୦୨ରେ ମଧ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ଦେଶର ସମସ୍ତ ଟେଲିଫୋନ ନମ୍ବର ପୂର୍ବରୁ ୨ ଯୋଡ଼ା ଯାଇଥିଲା। ମୁମ୍ବଇ, ଦିଲ୍ଲୀ, କଲକାତା ଓ ଚେନ୍ନଇର ଟେଲିଫନ ନମ୍ବର ୭ଅଙ୍କରୁ ବୃଦ୍ଧି ହୋଇ ୮ଅଙ୍କରେ ପରିଣତ ହୋଇଥିଲା। ସେହିପରି ଅନ୍ୟାନ୍ୟ ସହରର ଟେଲିଫନ ନମ୍ବର ୬ରୁ ବଢି ୭ଅଙ୍କ ବିଶିଷ୍ଟ ହୋଇଥିଲା।
ମୋବାଇଲ ନମ୍ବରର ନୂଆ ସିରିଜ ଆସିବା ଦ୍ୱାରା ସମସ୍ତ ଅପରେଟରଙ୍କୁ ସେମାନଙ୍କ ସିଷ୍ଟମକୁ ଅପଡେଟ କରିବାକୁ ପଡ଼ିବ। ୨୦୧୮ ସୁଦ୍ଧା ସମସ୍ତ ପୁରୁଣା ନମ୍ବର ମଧ୍ୟ ଏହି ସିରିଜ ପ୍ରକ୍ରିୟାରେ ପରିବର୍ତ୍ତିତ ହେବ। ୩୧ଡିସେମ୍ବର ସୁଧା ଏହି ପ୍ରକ୍ରିୟା ସମ୍ପନ୍ନ କରିବାକୁ ଦୂର ସଞ୍ଚାର ବିଭାଗ ନିର୍ଦେଶ ଜାରି କରିଛି। ତେବେ ଏହି ନୂଆ ୩ଅଙ୍କ ମୋବାଇଲ ନମ୍ବର ପୂର୍ବରୁ ଲାଗିବ ନା’ ପଛରେ ତାହା ସ୍ଥିର କରି ନାହିଁ ଦୂର ସଞ୍ଚାର ବିଭାଗ। ମିଡିଆ ରିପୋର୍ଟ ଅନୁଯାୟୀ ୧୦ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରକୁ ଲକ୍ଷ୍ୟ କରି ଦେଶରେ ସ୍ମାର୍ଟ ଫୋନ୍‍ ନିର୍ମାଣ କରାଯାଇ ଥିଲା। ତେଣୁ ଏହାକୁ ୧୩ଅଙ୍କରେ ପରିଣତ କରିବାକୁ ହେଲେ ମୋବାଇଲ ସପ୍ଟୱେରକୁ ଅପଡେଟ କରିବାକୁ ପଡ଼ିବ।

Leave A Reply